Pratidin TV

Odisha's Digital News Platform

ପୋଖରାନରୁ ୧୦୦ କିଲୋମିଟର ଦୂରରେ କ୍ରାସ୍ ହେଲା ଯୁଦ୍ଧ ବିମାନ ତେଜସ୍ , ଠିକ୍ ସମୟରେ ଡେଇଁ ପଡିଲେ ପାଇଲଟ୍ ।

1 min read

କ୍ରାସ୍ ହେଲା ଲଢୁଆ ଯୁଦ୍ଧ ବିମାନ ତେଜସ୍ । ମଙ୍ଗଳବାର ଅପରାହ୍ଣ ୨ ଟା ସମୟରେ ରାଜସ୍ଥାନର ଜୈସଲମେର ଜିଲ୍ଲାରେ ଏଭଳି ଏକ ବଡ ଦୁର୍ଘଟଣା ଘଟିଯାଇଛି । ଭାରତରେ ଚାଲିଥିବା ଯୁଦ୍ଧାଭ୍ୟାସ୍ ରେ ସାମିଲ ହେବାକୁ ଯାଉଥିବା ସମୟରେ ଜୈସଲମେରରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ଜବାହର କଲୋନୀ ନିକଟ ମେଘୱାଲ ହଷ୍ଟେଲର ଛାତ ଉପରେ ପଡ଼ି ତଳକୁ ଖସିପଡିଥିଲା । ବିସ୍ପୋରଣଟି ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳର ପ୍ରଚଣ୍ଡ ଶବ୍ଦରେ କମ୍ପିଉଠିଥିବା ସହ ପୁରା ଅଞ୍ଚଳରେ ଧୂଆଁ ବ୍ୟାପୀ ଯାଇଥିଲା। ସେହିପରି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ମଧ୍ୟ ହୋଇପଡିଥିଲେ। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍। ସଠିକ୍ ସମୟରେ ପାଇଲଟ ଜଣକ ପ୍ଲେନରୁ ଡେଇଁ ପଡିବା କାରଣରୁ ତାଙ୍କ ଜୀବନ ବଞ୍ଚିଯାଇଛି।

ଅନ୍ୟପଟେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧ ବିମାନରେ ନିଆଁ ଲିଭାଇ ଦେଇଥିଲା। ଦୁର୍ଘଟଣା ପରେ ହଷ୍ଟେଲ ବିଲଡିଂ ମଧ୍ୟ ଭୁଶୁଡି ପଡିଛି। ସେହିପରି ଦୁର୍ଘଟଣାଗ୍ରସ୍ତ ହେଇଥିବା ଭାରତୀୟ ସେନାର ଏହି ଏୟାରକ୍ରାଫ୍ଟ ଲାଇଟ୍ କମ୍ବାକ୍ଟ ଏୟାରକ୍ରାଫ୍ଟ ତେଜସ୍ ଥିଲା। ଦୁର୍ଘଟଣା ସମୟରେ ଏହା ଅପରେସନାଲ ଟ୍ରେନିଂରେ ଥିବା ସୂଚନା ରହିଛି । ୨୩ ବର୍ଷ ଭିତର ପ୍ରଥମ ଥର ପାଇଁ ଭାରତୀୟ ସେନାର ସେବା ଯୋଗାଇ ଆସୁଥିବା ଲଢ଼ୁଆ ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ ହୋଇଛି। 

Leave a Reply

Your email address will not be published. Required fields are marked *