Pratidin TV

Odisha's Digital News Platform

OSSSC Recruitment 2024 ; ସରକାରୀ ସ୍କୁଲରେ ପୂରଣ ହେବ ୨୬୨୯ TGT ପଦବୀ ।

1 min read

ଆଶାୟୀଙ୍କ ପାଇଁ ଖୁସିଖବର , ପୂରଣ ହେବ ୨୬୨୯ ଶିକ୍ଷକ ପଦ । ଓଡ଼ିଶା ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ଏନେଇ ଏକ ନୂଆ ସଂକ୍ଷିପ୍ତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ୨୬୨୯ଟି ଜିଲ୍ଳା କ୍ୟାଡର ଶିକ୍ଷକ ପଦବୀ ପୂରଣ କରିବା ପାଇଁ (OSSSC) ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisement

ଏହି ନିଯୁକ୍ତି ପ୍ରକ୍ରିୟାରେ TGT (ଆର୍ଟସ), ଟିଜିଟି (ସାଇନ୍ସ-ପିସିଏମ୍),ଟିଜିଟି (ସାଇନ୍ସ-ସିବିଜେଡ୍),ସଂସ୍କୃତ, ହିନ୍ଦୀ, ପିଇଟି ଓ ଆଦିବାସୀ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏଥିପାଇଁ (OSSSC ) ୱେବସାଇଟ୍କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏପ୍ରିଲ ୧ ତାରିଖରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହେବ। ଯାହା ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ସର୍ମ୍ପକରେ ଅଧିକ ସୂଚନା ପଇଁ ଆଶାୟୀ ମାନେ www.osssc.gov.in କୁ ଯାଇପାରିବେ ।

Leave a Reply

Your email address will not be published. Required fields are marked *