Pratidin TV

Odisha's Digital News Platform

ହେଡ୍ ଦିଦିଙ୍କ ବଦଳି ହେଲେ ଆମେ ନା ସ୍କୁଲ ଖୋଲିବୁ ନା ରାସ୍ତା ଛାଡ଼ିବୁ……ଏପରି ଧାରଣା କଲେ ଛାତ୍ରୀମାନେ

1 min read

ହେଡ୍ ଦିଦିଙ୍କ ବଦଳି ହେଲେ ଆମେ ନା ସ୍କୁଲ ଖୋଲିବୁ ନା ରାସ୍ତା ଛାଡ଼ିବୁ। ଆମେ ଭଲ ସେ ଖାଇବାକୁ ପାଉ ନଥିଲୁ କି ଆମ ସ୍କୁଲରେ ଲାଇଟ୍ ନଥିଲା ରୂପାଲି ଦିଦି ଆସିଲା ପରେ ସବୁ କରିଛନ୍ତି। ସେ ସ୍କୁଲରୁ ଯାଇ ପାରିବେନି। ଏଭଳି ଜିଦ୍ ରେ ରହି ସ୍କୁଲ ଗେଟ୍ ରେ ତାଲା ପକାଇବା ସହିତ ରାସ୍ତା ଅବରୋଧ କରିଛନ୍ତି ମୟୂରଭଞ୍ଜ ଶ୍ୟାମାଖୁଣ୍ଟା ବ୍ଲକର ପାଇକବସା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନେ।

ପୂର୍ବରୁ ଥିବା ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲ ହଷ୍ଟେଲ କୌଣସି ସୁବିଧା କରି ନଥିଲେ। ନା ସ୍କୁଲରେ ପାଇଖାନା ଥିଲା ନା ଲାଇଟ। ସକାଳେ ଚୁଡ଼ା ଚିନି ଓ ସନ୍ଧ୍ୟା ରେ ମୁଢ଼ି ଚିନି ସହିତ ମଧ୍ୟାହ୍ନରେ ଭାତ ଡାଲି ଛଡ଼ା କିଛି ଦେଉନଥିଲେ। ହେଲେ ବର୍ତ୍ତମାନ ର ବରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆସିବା ପରେ ସବୁ ସୁବିଧା ପାଇ ସେମାନେ ଭଲରେ ଅଛନ୍ତି ବୋଲି କହିଛନ୍ତି ଛାତ୍ରୀ ମାନେ।

Advertisement

ସ୍କୁଲ ଗେଟ୍ ରେ ତାଲା ପକାଇ ଆନ୍ଦୋଳନ କଲା ପରେ ମଧ୍ୟ ମାନି ନାହାନ୍ତି ଛାତ୍ରୀମାନେ। ସେଠାରୁ ଯାଇ ବାରିପଦା ଉଦଳା ମୂଖ୍ୟ ରାସ୍ତା ଅବରୋଧ କରିଛନ୍ତି ଛାତ୍ରୀମାନେ। ସମାଖୁଣ୍ଟା ଏବିଇଓ ସ୍କୁଲ ଆସି ଛାତ୍ରୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ପିଲାମାନେ ଲିଖିତ ଭାବରେ ସେମାନଙ୍କ ଦାବୀ ଦେଲେ ୩ ଦିନ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଏବିଇଓ।ହେଲେ ବ୍ଲକ ଶିକ୍ଷା ଅଧିକାରୀ ଆସି ସମସ୍ୟା ସମାଧାନ କଲେ ଯାଇ ସେମାନେ ସ୍କୁଲକୁ ଫେରିବେ ବୋଲି ଜିଦ୍ ଧରିଛନ୍ତି ଛାତ୍ରୀମାନେ।ପରେ ହଟିଲା ରାସ୍ତାରୋକ, ବ୍ଲକ୍ ଶିକ୍ଷା ଅଧିକାରୀ ଜଗବନ୍ଧୁ ନାୟକଙ୍କ ବୁଝା ସୁଝା ଓ ପ୍ରତିଶ୍ରୁତି ପରେ ୨ ଘଣ୍ଟାର ରାସ୍ତା ଅବରୋଧ ରୁ ହଟିଲେ ଛାତ୍ରଛାତ୍ରୀ |

Leave a Reply

Your email address will not be published. Required fields are marked *