Pratidin TV

Odisha's Digital News Platform

ବିଜୟଙ୍କ ସହ ଘର ବସାଇଲେ ମୃଣାଲ , ଫ୍ୟାମିଲି ଷ୍ଟାରରେ କରିବେ ରୋମାନ୍ସ ।

1 min read

ସାଉଥ୍ ଇଣ୍ଡଷ୍ଟ୍ରିରେ ପାଦ ଥାପୁ ଥାପୁ ମୃଣାଲ ଠାକୁରଙ୍କ ଡିମାଣ୍ଡ ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି ପ୍ରଶଂସକଙ୍କ ନୂଆ କ୍ରସ୍ ବନିଛନ୍ତି ମୃଣାଲ । ନିଜ ଆକ୍ଟିଂ , ଡାନ୍ସ , ଇମୋସନ ଶହ ଦର୍ଶକଙ୍କୁ ଆକର୍ଷିତ କରିପାରିଛନ୍ତି ସେ । ସୀତା ରାମମ , ହେ ନାନ୍ନା ପରେ ବର୍ତ୍ତମାନ ଆଉ ଏକ ଜବରଦସ୍ତା କେମେଷ୍ଟ୍ରି ସହ ସାଉଥ୍ ସୁପର ଷ୍ଟାର ବିଜୟଙ୍କ ସହ ନଜର ଆସିବେ ମୃଣାଲ ।

ନିକଟରେ ଦୁହିଁଙ୍କ ଏକ ଫଟୋ ଭାଇରାଲ ହୋଇଥିଲା । ଯାହାକୁ ପ୍ରଶଂସକମାନେ ଦୁହିଁଙ୍କ ବାହାଘର ହୋଇଯାଇଛି ବୋଲି ଭାବିଥିଲେ । କିନ୍ତୁ ଏହାର ନିର୍ମାତା ମଙ୍ଗଳବାର ଏକ ଟ୍ରେଲର ରିଲିଜ୍ କରିବା ପରେ ଦର୍ଶକଙ୍କ ସନ୍ଦେହ ଦୂର ହୋଇଛି । ଫିଲ୍ମର ନା ଫ୍ୟାମିଲିଷ୍ଟାର ରଖାଯାଇଛି ।

Advertisement

ନିର୍ମାତାମାନେ ଫିଲ୍ମର ଦ୍ୱିତୀୟ ଟ୍ରାକ ‘ କଲ୍ୟାଣୀ ଭାଚା ଭାଚା’ର ପ୍ରମୋ ମୁକ୍ତିଲାଭ କରିଛନ୍ତି । ନିର୍ମାତାମାନେ ମଙ୍ଗଳବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫିଲ୍ମର ଏକ ପ୍ରୋମୋ ସେୟାର କରିଛନ୍ତି ଏବଂ ଏହାର କ୍ୟାପସନ୍ ଦେଇଛନ୍ତି: “#ଫ୍ୟାମିଲିଷ୍ଟାର୍ ଦ୍ୱିତୀୟ ସିଙ୍ଗଲ୍ #କଲ୍ୟାଣୀ ଭାଚା ଭାଚା ପ୍ରୋମୋ ଆଉଟ୍ ଜ୍ଝ ବିଜୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ସ୍ୱତନ୍ତ୍ର ପ୍ରୋମୋ ସେୟାର କରିଛନ୍ତି। ପ୍ରୋମୋ ଅନୁଯାୟୀ, ଗୋପୀ ସୁନ୍ଦରଙ୍କ ଦ୍ୱାରା ପ୍ରଦତ୍ତ ସଙ୍ଗୀତ ସହିତ ବିବାହ ଉତ୍ସବ ପୃଷ୍ଠଭୂମିରେ ସେଟ୍ ହୋଇଥିବା ବିଜୟ ଏବଂ ମୃଣାଲ ଙ୍କ ସହିତ ଏକ ସୁନ୍ଦର ଯୋଡି ହେବ ବୋଲି ଟ୍ରାକ ପ୍ରତିଶୃତି ଦେଇଛି।

Leave a Reply

Your email address will not be published. Required fields are marked *