Pratidin TV

Odisha's Digital News Platform

ଡ୍ୟୁଟିରେ ଥିଲେ IPS ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ କନଭେନ କାର ଦେଲା ଧକ୍କା

1 min read

ତେଲେଙ୍ଗାନାରେ ଭଦ୍ରାଦି କୋଥାଗୁଡେମ ଜିଲ୍ଲାରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ମାମଲା | IPS ଅଧିକାରୀଙ୍କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀଙ୍କ କନଭେନ କାର | ଏହି ଧକ୍କାରେ ଅଧିକାରୀ ଗୁରୁତର ଆହତ ହୋଇଥିଲେ | ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନଇଁଯାଇଥିବାବେଳେ ତାଙ୍କର ସର୍ଜରୀ ହୋଇଥିଲା | ସୋମବାର ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡି ସେଠାକୁ ଗସ୍ତରେ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କନଭେନ କାର ସହର ମଧ୍ୟ ଦେଇ ଗତି କରିବା ବେଳେ ପରିତୋଷ ପଙ୍କଜ ଡ୍ୟୁଟିରେ ମୁତୟନ ଥିଲେ। ଉକ୍ତ ସମୟରେ ହଠାତ୍‌ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡର ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।

ସୂଚନା ମୁତାବକ, ଆଇପିଏସ୍‌ ଅଧିକାରୀଜଣକ ହେଲେ ପରିତୋଷ ପଙ୍କଜ । ସେ ଭଦ୍ରାଞ୍ଚଳମର ଏଏସ୍‌ପି ଭାବେ କାର୍ଯରତ ଅଛନ୍ତି। ଡ୍ୟୁଟିରେ ଥିବା ସମୟରେ ମୁଖ୍ୟମନ୍ତ୍ରୀ ଆଇଥିଲେ ସେହି କାମରେ ସେ ରାସ୍ତା ସୁରକ୍ଷାରେ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ କନଭେନ କାରରେ ପରିତୋଷଙ୍କୁ ଲାଗିଥିଲା ଧକ୍କା | ସେଠାରେ ସେ ରାସ୍ତରେ ପଡିଯାଇଥିଲା | ତାହାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା |

ଭିଡ଼ିଓ ଅନୁସାରେ, ଯେଉଁଥିରେ କାରଟି ଧକ୍କା ଦେବାପରେ ପରିତୋଷ ହଠାତ ଖସିପଡିଥିଲେ | ରାସ୍ତା ସାଙ୍ଗେ ସାଙ୍ଗେ ଯାମ ହୋଇଯାଇଥିଲା | ପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ଜଣାପଡିଥିଲା ଅଧିକାରୀ IPS ଆହତ ହୋଇଥିଲେ |

ସୂଚନା ମୁତାବକ, ପରିତୋଷଙ୍କ ବାମ ଆଖି ପାଖରେ ଏକ ଛୋଟ ଫ୍ରାକ୍ଚର ହୋଇଥିଲା | ଯାହା ପରେ ତାଙ୍କର ସର୍ଜରୀ ହୋଇଥିଲା | ଏବେ ସେ ହାଇଦ୍ରାବାଦ ଡାକ୍ତରଖାନରେ ଅଛନ୍ତି |

Leave a Reply

Your email address will not be published. Required fields are marked *