Pratidin TV

Odisha's Digital News Platform

ଛାଡପତ୍ର ପରେ ଗୋଆରେ କାହାକୁ ଖୋଜୁଛନ୍ତି ସାନିଆ , ଫଟୋ ସେୟାର କରି ଲେଖିଲେ ମନର କଥା ..

1 min read

ଛାଡପତ୍ର ପରେ ସର୍ବଦା ଚର୍ଚ୍ଚାରେ ରହିଆସୁଛନ୍ତି ଭାରତୀୟ ପୂର୍ବତନ ଟେନିସ୍ ତାରକା ସାନିଆ ମିର୍ଜା । ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲ୍ଲିକଙ୍କ ଠାରୁ ତାଙ୍କର ଛାଡପତ୍ର ହେବା ପରଠାରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । ଛାଡପତ୍ର ପରେ ଛାଡପତ୍ର ପରଠଆରୁ ସୋଶିଆଲ ମିଡିଆରେ ସେ ବେଶ୍ ଆକ୍ଟିଭ୍ ଅଛନ୍ତି । ସାନିଆ ସବୁବେଳେ ନିଜ ସୋଶିଆଲ ମିଡିଆ ଆକାଉଣ୍ଟରେ କିଛି ନା କିଛି ସେୟାର କରୁଛନ୍ତି । ତେବେ ନିକଟରେ ସାନିଆ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହିତ ସାନିଆ ମିର୍ଜା ଏପରି ଏକ କ୍ୟାପସନ୍ ଯୋଡିଛନ୍ତି ଯେଉଁଥିପାଇଁ ସେ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି । ବାସ୍ତବରେ ସାନିଆ ମିର୍ଜା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ।

ଯେଉଁଥିରେ ସେ ଏକ ଧଳା ରଙ୍ଗର ପୋଷାକରେ ନଜର ଆସିଛନ୍ତି । ଫଟୋରେ ସାନିଆ ମିର୍ଜା ବହୁତ ସୁନ୍ଦର ଦେଖାଯାଉଛନ୍ତି । ସୋନିଆ ସୋସିଆଲ ମିଡିଆରେ ଏହି ଛବି ସହିତ ଏକ ସୁନ୍ଦର କ୍ୟାପସନ୍ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ‘ଫାଇଣ୍ଡିଂ ପିସ୍ ଇନ ସିମ୍ପ୍ଲିସିଟି ଅଫ୍ ହ୍ୱାଇଟ’ । ସୂଚନାମୁତାବକ ସାନିଆ ମିର୍ଜା ଏବେ ଗୋଆରେ ଅଛନ୍ତି । ଏକ ବିଜ୍ଞାପନ ସୁଟିଂ ପାଇଁ ସେ ଗୋଆ ଯାଇଛନ୍ତି । ସ୍ୱାମୀଙ୍କଠାରୁ ଛାଡପତ୍ର ପରେ ସାନିଆ ମିର୍ଜା ପୁଅ ଇଜାନ ସହିତ ଭାରତ ଫେରି ଆସିଥିଲେ । ଏବେ ସେ ଭାରତରେ ରହୁଛନ୍ତି । ସାନିଆ ମିର୍ଜା ୨୦୧୦ ରେ ଶୋଏବ ମଲିକଙ୍କୁ ବିବାହ କରିଥିଲେ । ୧୪ ବର୍ଷ ପରେ, ସେମାନଙ୍କର ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ ପଡିଛି । ଶୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ତାଙ୍କ ଜୀବନ ସାଥୀ ଭାବରେ ବାଛିଛନ୍ତି । ସାନିଆ ମିର୍ଜା ପୂର୍ବରୁ ତାଙ୍କ ସ୍ୱାମୀ ଶୋଏବ ମଲିକ ଏବଂ ପୁଅ ଇଜାନଙ୍କ ସହ ଦୁବାଇରେ ରହୁଥିଲେ । କିନ୍ତୁ ଛାଡପତ୍ର ପରେ ସେ ନିଜ ଦେଶକୁ ଫେରିଥିଲେ ।

Leave a Reply

Your email address will not be published. Required fields are marked *