Pratidin TV

Odisha's Digital News Platform

ରାଜଧାନୀ ରାଜରାସ୍ତାରେ ବିଭତ୍ସ ହତ୍ୟାକାଣ୍ଡ : ଜଣେ ଯୁବକଙ୍କୁ ଗୋଡା ଗୋଡାଇ ହାଣିଲେ ୬ ଜଣ ଦୁର୍ବୁତ୍ତ

1 min read

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଆଜି ଦିନ ଦିପ୍ରହରରେ ରାଜରାସ୍ତାରେ ଘଟିଛି ବିଭତ୍ସ ହତ୍ୟା ଉଦ୍ୟାମ । ଜଣେ ଯୁବଙ୍କଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ୬ ଜଣ ଦୁର୍ବୁତ୍ତ ।


ସୂଚନା ଅନୁଯାୟୀ ନୟାପଲ୍ଲୀ ଥାନାର ଜୟଦେବ ବିହାର ଅଞ୍ଚଳରେ ପ୍ରାୟ ୬ ଜଣ ଦୁର୍ବୁତ୍ତ ବସ୍ତିରେ ବଟି ଆଦାୟ କରିବାସହ ,ବ୍ରାଡନସୁଗାର,ଡ୍ରଗ୍ସ ଏବଂ ଏପରି ଅନେକ କାର୍ଯ୍ୟରେ ଲିପ୍ତ ଥିଲେ । ଏନେଇ ଆଜି ବଟିଆଦୟ ସମୟରେ ଉକ୍ତ ଯୁବକ ବାରଣ କରିବାରୁ ତାକୁ ରାସ୍ତା ମଝିରେ ଲୋକମାନଙ୍କ ଆଗରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଏହାପରେ ସେଠାରୁ ଫେରାର ହୋଇଯାଥିଲେ ।

Advertisement


ଯୁବକଜଣଙ୍କ ହାତ ,ଗୋଡ, ପିଠି ଇତ୍ୟାଦି ସ୍ଥାନରେ ଗଭୀର ଆଘାତ ଲାଗିଥିଲା ।କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିକରି ଦିଆଯାଇଛି । ନୟାପଲ୍ଲୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *