Pratidin TV

Odisha's Digital News Platform

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ମୁହାଁମୁହିଁ ହେବେ ବାଇଡେନ୍ ଓ ଟ୍ରମ୍ପ …

1 min read

ପୁଣିଥରେ ନିର୍ବାଚନ ମଇଦାନ କୁ ଓହ୍ଲାଇଲେ ଦୁଇ ବଡ ପ୍ରତିଦ୍ୱନ୍ଦ୍ୱୀ । ଏଥରେ ରାଷ୍ଟ୍ରପତି ନିର୍ବାଚନରେ ମୁହାଁମୁହିଁ ହେଲେ ବାଇଡେନ୍ ଓ ଟ୍ରମ୍ପ । କାରଣ ବୁଧବାର ଏହି ଦୁଇ ଦଳର ନେତା ନିଜ ନିଜ ଦଳର ପ୍ରାଥମିକ ନିର୍ବାଚନରେ ବିଜୟ ହାସଲ କରି ପ୍ରମୁଖ ଦାବିଦାର ହୋଇଛନ୍ତି । ବର୍ତ୍ତମାନ ରାଷ୍ଟ୍ରପତି ଥିବା ଜୋ ବାଇଡେନଙ୍କ ଡେମୋକ୍ରାଟିକ୍ ଦଳ ୱାଶିଂଟନରେ ପ୍ରାଥମିକ ନିର୍ବାଚନରେ ବିଜୟ ହାସଲ କରିଛି । ସେହିପରି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ପ୍ରାଥମିକ ନିର୍ବାଚନରେ ବାଜି ମାରିଛନ୍ତି ।


ସୂଚନା ଅନୁସାରେ ଜୋ ବାଇଡେନ ଡେମୋକ୍ରାଟିକ ପ୍ରତିନିଧି ୨୦୯୯ ଭୋଟ ପାଇଥିବା ବେଳେ ଜେସନ ପାମରଙ୍କୁ ୩ଟି ଭୋଟ ଏବଂ ଅନ୍ୟମାନେ ୨୦ଟି ଭୋଟ ପାଇଛନ୍ତି । ଏହାର ଅର୍ଥ ଜୋ ବାଇଡେନ କେବଳ ୨୦୭୯ ଭୋଟରେ ଆଗରେ ରହିଥିଲେ । ସେପଟେ ରିପବ୍ଲିକାନ ପାର୍ଟିର ପ୍ରତିନିଧି ୧୨୨୮ ଭୋଟ୍ ପାଇଥିବା ବେଳେ ନିକ୍କି ହେଲି ୯୧, ରୋନ୍ ଡିସାଣ୍ଟିସ୍ ୯ ଏବଂ ବିବେକ ରାମସ୍ୱାମୀ ମାତ୍ର ତିନୋଟି ଭୋଟ ପାଇଛନ୍ତି । ଏଭଳି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପ ୧୧୩୭ଭୋଟରେ ଏହି ରେସରେ ଆଗରେ ଥିଲେ । ଏହି ଆଧାରରେ ୨୦୨୪ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନରେ ଉଭୟ ଦଳର ନେତା ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମୁହାଁମୁହିଁ ହେବେ ବୋଲି ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *