Pratidin TV

Odisha's Digital News Platform

ଫ୍ଲୋର ଟେଷ୍ଟରେ ପାସ୍ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି …

1 min read

ଫ୍ଲୋର ଟେଷ୍ଟରେ ପାସ୍ ହେଲେ ନାୟବ ସରକାର । ଗତକାଲି ମନୋହର ଲା ଖଟ୍ଟରଙ୍କ ଇସ୍ତଫା ଓ ଶାସକ ମେଣ୍ଟର ପରିବର୍ତ୍ତନ ପରେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ନାୟବ ସିଂହ ସୈନି ଆଜି ବହୁମତ ପ୍ରମାଣ ଦେବାରେ ସଫଳ ହୋଇଛନ୍ତି । ହରିଆଣା ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୪୬ ବିଧାୟକଙ୍କ ସମର୍ଥନ ଲୋଡା ଥିବା ବେଳେ ବିଜେପିକୁ ୪୮ ବିଧାୟକଙ୍କ ସମର୍ଥନ ମିଳିଛି । ଏଥିମଧ୍ୟରୁ ବିଜେପିର ୪୧ ଜଣ ବିଧାୟକ ଥିବା ବେଳେ ୬ ଜଣ ସ୍ୱାଧୀନ ବିଧଶୟକ ଓ ହରିଆଣାର ଲୋକହିତ ପାର୍ଟିର ଏକମାତ୍ର ବିଧଶୟକ ଗୋପାଳ କାଣ୍ଡଙ୍କ ସମର୍ଥନ ମିଳିଛି ।

ଫ୍ଲୋର ଟେଷ୍ଟରେ ବିଜେପିକୁ ଝଟକା ଦେବାକୁ ପ୍ରସ୍ତୁତି କରିଥିଲା ଜେଜେପି । ଏପରିକି ଫ୍ଲୋର ଟେଷ୍ଟରୁ ଦୂରେଇ ରହିବାକୁ ନିଜ ବିଧାୟକଙ୍କୁ ହ୍ୱିପ୍ ଜାରି କରିଥିଲା ଜେଜେପି । ଏହାସହ ହିସାରରେ ଦ୍ୟୁଷନ୍ତ କରୁଥିବା ନବ ସଂକଳ୍ପ ରାଲିରେ ସାମିଲ ହେବାକୁ ସବୁ ବିଧାୟକଙ୍କୁ କୁହାଯାଇଥିଲା । କିନ୍ତୁ ଏହି ରାଲିରେ ଜେଜେପିର ୫ ବିଧାୟକ ଅନୁପସ୍ଥିତ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୪ ବିଧାୟକ ବିଧାନସଭାରେ ପହଞ୍ଚିଥିଲେ ।

Advertisement

Leave a Reply

Your email address will not be published. Required fields are marked *