Pratidin TV

Odisha's Digital News Platform

ଆଖି ବୁଜିଲେ ପୋଲିଓ ପଲ୍ , ମେସିନ ଭିତରେ ଜୀବନ କାଟୁଥିଲେ , ଶୋଇ ଶୋଇ ଲେଖୁଥିଲେ ବହି ..

1 min read

ଦୀର୍ଘ ୭୦ ବର୍ଷର ସଂଘର୍ଷ ପରେ ଆଜି ଆଖି ବୁଜିଛନ୍ତି ପୋଲିଓ ପଲ୍ । ୭୦ ବର୍ଷ ହେଲା ବିରାଟ ଲୌହ ବକ୍ସରେ ଥିବା ପଲ ଆଲେକଜାଣ୍ଡର ଆଉ ନାହାନ୍ତି । ୭୮ ବୟସରେ ତାଙ୍କର ପରଲୋକ ହୋଇଛି । ମାତ୍ର ୬ ବର୍ଷ ବୟସରେ ପୋଲିଓ ଭୂତାଣୁରେ ପ୍ରଭାବିତ ହୋଇଥିବା ପଲଙ୍କୁ ୭୦ ବର୍ଷ କାଳ ୬୦୦ ପାଉଣ୍ଡ ମେଟାଲିକ ବକ୍ସ ମଧ୍ୟରେ ରହିବାକୁ ପଡ଼ିଥିଲା । ଏଥିପାଇଁ ସେ ‘ପୋଲିଓ ପଲ’ ଭାବେ ବେଶ ପରିଚିତ ଥିଲେ । ତାଙ୍କର ଜୀବନ କାହାଣୀ ଏପରି ଥିଲା ଯାହାକୁ ଜାଣିଲେ ସଲାମ ନକରି ରହିପାରିବେନି । ଦୀର୍ଘ ୭୦ ବର୍ଷ କାଳ ମେସିନ ଭିତରେ କଟିଥିଲା ତାଙ୍କ ଜୀବନ । ଯେଉଁ ମେସିନର ନାଁ ହେଉଛି ଆଇରନ୍ ଲଙ୍ଗ ,ଯାହାର ଓଜନ ପାଖାପାଖି ୬୦୦ ପାଉଣ୍ଡ । ୧୯୪୬ରେ ପଲଙ୍କ ଜନ୍ମ । ତାଙ୍କୁ ଯେତେବେଳେ ମାତ୍ର ୬ ବର୍ଷ ହୋଇଥିଲା ହଠାତ୍ ଜ୍ୱର ହେଲା ।

ଚାହୁଁ ଚାହୁଁ ପୁରା ଶରୀର ଅଚଳ ହୋଇଗଲା । ଯେତେ ଚିକିତ୍ସା ପରେ କିଛି ଲାଭ ହେଲା ନାହିଁ । ତାଙ୍କ ପୁରା ଦେହକୁ ପୋଲିଓ ଆକ୍ରାନ୍ତ କରିଯାଇଥିଲା । ସେ ସମୟରେ ଆମେରିକାରେ ପୋଲିଓର ପ୍ରକୋପ ରହିଥିଲା । ଯେଉଁଥିରେ ପାଖାପାଖି ୫୮ ହଜାର ଆମେରିକାୀୟ ସଂକ୍ରମିତ ହୋଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ ଶିଶୁଙ୍କ ସଂଖ୍ୟା ଅଧିକ ଥିଲା । ସେମାନଙ୍କ ମଧ୍ୟରେ ଥିଲେ ପଲ ଆଲେକଜାଣ୍ଡାର । ପୋଲିଓର ଶିକାର ହେବାରୁ ବେକ ଠାରୁ ତାଙ୍କ ଶରୀର କାମ କରିନଥିଲା । ନିଶ୍ୱାସ, ପ୍ରଶ୍ୱାସ ନେବାରୁ ତାଙ୍କୁ ସମସ୍ୟା ହୋଇଥିଲା । ଫଳରେ ତାଙ୍କ ଆଇରନ୍ ଲଙ୍ଗ ମେସିନ ଭିତରେ ରଖାଯାଇଥିଲା । ୧୯୭୯ରେ ଆମେରିକା ପୋଲିଓ ମୁକ୍ତ ରାଷ୍ଟ୍ର ଭାବେ ଘୋଷଣା ହୋଇଥିଲା । କିନ୍ତୁ ସେତେବେଳକୁ ପଲଙ୍କ ପାଇଁ ସମୟ ଗଡିଯାଇଥିଲା । ପୋଲିଓ ସହ ଲଢିବାକୁ ପଲଙ୍କୁ ଆଇରନ୍ ଲଙ୍ଗ ମେସିନ ଭିତରେ ରଖାଗଲା, ଯାହାର ଆବିଷ୍କାର ୧୯୨୮ରେ ହୋଇଥିଲା । ବୈଷୟିକ ବିକାଶ ସହ ଏଥିପାଇଁ ଅତ୍ୟାଧୁନିକ ଯନ୍ତ୍ର ବାହାରିବାରୁ ଏହି ମେସିନକୁ ୬୦ ଦଶକ ପରେ ବନ୍ଦ କରିଦିଆଗଲା ।

Advertisement

କିନ୍ତୁ ଆଇରନ୍ ଲଙ୍ଗ ମେସିନରେ ଦୀର୍ଘ ବର୍ଷ ରହିବାରେ ପଲ ଆଲେକଜାଣ୍ଡାର ହେଉଛନ୍ତି ଦୁନିଆର ପ୍ରଥମ ବ୍ୟକ୍ତି । ସବୁଠାରୁ ବଡ କଥା ହେଲା ସେି ମେସିନ ଭିତରେ ଜଡ ଭଳି ଦେଖାଯାଉଥିବା ପଲ ଆଲେକଜାଣ୍ଡାର କିନ୍ତୁ ନିଜର ସ୍ୱପକୁ କେବେ ଭୁଲି ନଥିଲେ । ସେହି ମେସିନ୍ ଭିତରେ ଥାଇ ବି ସ୍କୁଲ ପଢା ଶେଷ କରିବା ପରେ , ଗ୍ରାଜୁଏସନ ଓ ତା ପରେ ଲ ଡିଗ୍ରୀ ହାସଲ କରିଥିଲେ । ଏହାପରେ ନିଜର ଜୀବନିକୁ ନେଇ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି । ଲୁହାର ମେସିନ ଭିତରେ ଥାଇ ବି ସେ ସୁନ୍ଦର ଚିତ୍ର ଆଙ୍କୁଥିଲେ ।

ତା ସହ ତାଙ୍କ ସଫଳତା ଓ ଲଙ୍ଗ ମେସିନ ଭିତରେ ଦୀର୍ଘ ବର୍ଷର ଜୀବନ ପାଇଁ ତାଙ୍କୁ ‘ଗିନିଜ୍ ୱାର୍ଲ୍ଡ ରେକର୍ଡ’ରେ ମଧ୍ୟ ସ୍ଥାନ ପାଇଥିଲେ । ତେବେ ଆଜି ସେ ୭୮ ବୟସରେ ଶେଷ ନିଶ୍ୱସା ତ୍ୟାଗ କରିଛନ୍ତି । ପଲ ଆଲେକଜାଣ୍ଡାରଙ୍କ ସଂଘର୍ଷର ସମସ୍ତଙ୍କୁ ଗୋଟିଏ ବାର୍ତ୍ତା ଦେଉଛି ଜୀବନରେ ଲକ୍ଷେ ସମସ୍ୟା ଆସୁ ପଛେ ହେଲେ ଆପଣଙ୍କୁ ନିଜ ରାସ୍ତା ନିଜେ ବନାଇ ଆଗକୁ ବଢିବାକୁ ପଡିବ । ଦିନେ ନା ଦିନେ ଲକ୍ଷ୍ୟସ୍ଥଳରେ ନିଶ୍ଚୟ ପହଞ୍ଚିବେ ।

Leave a Reply

Your email address will not be published. Required fields are marked *