Pratidin TV

Odisha's Digital News Platform

ଶୁଭୋଜିତ୍ ପୁର୍ନଜନ୍ମ ନେଇ ତା ମା’କୋଳକୁ ଫେରିଆସୁ ଜଗନ୍ନାଥଙ୍କ ପାଖରେ ଗୁହାରୀ କରୁଛି – ଜେଜେ ମା’

1 min read

ଭୁବନେଶ୍ୱର ; ମୃତ୍ୟୁପରେ ଅଙ୍ଗଦାନ କରି ଅମର ହୋଇଗଲା ୮ ବର୍ଷର ପୁଅ ଶୁଭୋଜିତ୍ । ଭୁବନେଶ୍ୱର କଳ୍ପନା ଅଞ୍ଚଲର ପୁଅ ଶୁଭୋଜିତ ଆଠ ବର୍ଷରେ ନିଜର ୮ଟି ଅଙ୍ଗଦାନ କରି ସବୁଦିନ ପାଇଁ ଅମର ହୋଇଯାଇଛି । କିନ୍ତୁ ଆଉ କେନେ ଘରେ ଶୁଭିବନି ଶୁଭୋଜିତର ପାଟି , ନା ଆଉ ତା ପାଟିରୁ ଶୁଣିଯିବ ମାମା , ବାବା ଆଉ ଜେଜେ ମା ଡାକ । ସ୍କୁଲରୁ ଆସିବା ପରେ ମା କୁ ଦେଖି ତା ପିଠିରେ ଲାଉ ହେଇଯାଉଥିବା ଶୁଭୋଜିତ ଆଉ ସ୍କୁଲରୁ ଫେରି ମା ପିଠିରେ ଲାଉ ହେଉନାହିଁ । ସବୁ ପୁରୁଣା ସ୍ମୃତିକି ସାଉଁଟି ଧରି କାନ୍ଧୁଛି ମା । ଆଜି ଶୁଭୋଜିତ ଯିବା ୧୨ ଦିନ ହେଇଗଲା , ସମସ୍ତେ କେବଳ ଏତିକି ପ୍ରାର୍ଥନା କରୁଛନ୍ତି ଯେ ଶୁଭୋଜିତ ପୁର୍ନଜନ୍ମ ନେଇ ପୁଣି ଥରେ ମା କୋଳକୁ ଫେରିଆସୁ ।

Advertisement

Leave a Reply

Your email address will not be published. Required fields are marked *