Pratidin TV

Odisha's Digital News Platform

ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି …

1 min read

ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ ଏବେ ହସ୍ପିଟାଲରେ । ଜ୍ୱର ଏବଂ ଛାତି ସଂକ୍ରମଣର ଚିକିତ୍ସା ପ୍ରତିଭା ପାଟିଲଙ୍କୁ ମହାରାଷ୍ଟ୍ରର ପୁଣେ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ୮୯ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତିଙ୍କୁ ବୁଧବାର ଭାରତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଖାନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଗତକାଲି ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେ ଜ୍ୱର ଏବଂ ଛାତି ସଂକ୍ରମଣ ଶିକାର ହୋଇଛନ୍ତି ।ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ କଡା ନଜରରେ ରହିଛନ୍ତି । ପ୍ରତିଭା ପାଟିଲ ହେଉଛନ୍ତି ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି । ସେ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ରହିଥିଲେ ।

Advertisement

Leave a Reply

Your email address will not be published. Required fields are marked *