Pratidin TV

Odisha's Digital News Platform

ବୁଡିଲା ଟ୍ୱିନ୍ ସିଟି : ଜାତୀୟ ରାଜପଥରେ ବନ୍ୟାପାଣି

ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ପ୍ରଖର ଗତିରେ ବୃଦ୍ଧି ପାଉଛି । ଫଳରେ ବର୍ତ୍ତମାନ ପ୍ରାୟ ୪୦ ଟି ଗେଟ୍ ଦେଇ ନିଷ୍କାସିତ ହେଇଛି ବନ୍ୟାଜଳ । ଏନେଇ ନଈଗୁଡିକରେ ଡ୍ୟାମ୍ ପାଣି ପଶିବାଦ୍ୱାରା , ରାଜ୍ୟରେ ବନ୍ୟା ପରିସ୍ଥତି ଉପୁଜିଛି । ୨ ଦିନ ଧରି ସମସ୍ତ ତଳିଆ ଅଞ୍ଚଳରେ ପଶିଛି ବନ୍ୟା ପାଣି । ଗ୍ର।ମବାସୀ ମାନେ ସ୍ୱଚ୍ଛ ପାନୀୟ ସହ ଖାଦ୍ୟ ପାଇଁ ମଧ୍ୟ ନାହିଂ ନଥିବା ହଇରାଣ ହେଇଛନ୍ତି । ଘରମାନଙ୍କରେ ପାଣି ପଶିଯାଇଥିବାରୁ ରାତି ରାତି ନଶୋଇ ଛାତଉପରେ କାଟିଦେଉଛନ୍ତି ଗ୍ରାମବାସୀ ।

ଏସବୁରୁ ମଧ୍ୟ ବାଦ ପଡିନି ଟ୍ୱିନ୍ ସିଟି ମୁଣ୍ଡୁଳିରେ ମହାନଦୀ ପାଣି ପଶି ସେପଟେ କଟକର ସ୍ଥିତି ବେହାଲ କରିଥିବା ବେଳେ । ଏପଟେ ବନ୍ୟାଜଳରୁ ବର୍ତ୍ତିପାରିନି ସ୍ମାର୍ଟ ସିଟି ।ଦୟାନଦୀର ଉଚ୍ଛୁଳା ପାଣି ବୁଢାଇଛି ରାଜଧାନୀର ଅନେକ ତଳିଆ ଅଞ୍ଚଳଗୁଡିକୁ ।
ବହୁତ ସଂଖ୍ୟାରେ ଲୋକେ ଜଳବନ୍ଦୀ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଇବା ପାଣି ସରିଯାଇଥିବା ବେଳେ ବିଦ୍ୟୁତ କାଟ ଯୋଗୁଁ ଲୋକମାନେ ଅନ୍ଧାରରେ ରହିଛନ୍ତି ।


ସୁନ୍ଦରପଦା ସହ ଖୋର୍ଦ୍ଧା –ବଲାଙ୍ଗୀର ଜାତୀୟ ରାଜପଥ ୫୭ ବାଘମାରିକୁ ବୁଡାଇଛି ଦୟାନଦିର ଜଳ । ଏନ୍‌ଏଚ୍ ୫୭ ଉପରେ ପ୍ରାୟ ୫ଫୁଟର ପାଣି ଚାଲୁଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଟ୍ରି ଉଷ୍ଣ ପ୍ରସବଣ ଭିତରେ ମଧ୍ୟ ୫ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି ।


କୁଶଭଦ୍ରା ନଦୀରେ ୨୫ ଫୁଟ ଦୀର୍ଘର ଘାଇ ସୃଷ୍ଟି ହୋଇଛି । ଗୋପ ଗଣେଶ୍ୱରପୁର ପଞ୍ଚାୟତ ଖଣ୍ଡିଆ କୁଦରେ ଘାଇ ସୃଷ୍ଟି ହୋଇଛି । ଏହା ଫଳରେ ୬ଟି ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି । ଅନ୍ୟପଟେ ବାଙ୍କୀ ଏନଏସିରେ ପଶିଛି ମହାନଦୀ ପାଣି । ସାହାଡପଡ଼ାର ୧୪,୧୫,୧୬ ନମ୍ବର ୱାର୍ଡରେ ପଶିଛି ବନ୍ୟାପାଣି ।
ଆଜି ହୀରାକୁଦର ଜଳସ୍ତର ୬୨୬.୪୭ ଫୁଟ୍ ରହିଛି । ଡ୍ୟାମ୍‌କୁ ୫ ଲକ୍ଷ ୯୬ ହଜାର ୯୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମ୍‌ରୁ ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

Leave a Reply

Your email address will not be published. Required fields are marked *