Pratidin TV

Odisha's Digital News Platform

ବଡ ପରଦାରେ ଡେବ୍ୟୁ କରିବେ ଉର୍ଫି ଜାଭେଦ , ଏହି ଫିଲ୍ମରେ କରିବେ ଅଭିନୟ …

1 min read

ଉର୍ଫି ଜାଭେଦ ଙ୍କୁ କିଏ ବା ନଜାଣେ । ନିଜର ଅତରଙ୍ଗୀ ଡ୍ରେସ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଏବେ ସେ ତାଙ୍କର ଡ୍ରେସଂ ଷ୍ଟାଇଲ୍ କୁ ନେଇ ନୁହେଁ କିଛି ଅନ୍ୟ କାରଣ ପାଇଁ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି । ଏବେ ସେ ବଲିଉଡରେ ଡେବ୍ୟୁ କରିବେ । ୧୪ ବର୍ଷ ପୂର୍ବେ ଆସିଥିବା ଫିଲ୍ମ ‘ଲଭ୍ ସେକ୍ସ ଧୋକା’ର ସିକୁଏଲ୍‌ରେ ସେ ନଜର ଆସିବେ ।

ଏହି ଚଳଚ୍ଚିତ୍ର ଇଣ୍ଟରନେଟ୍ ଯୁଗରେ ପ୍ରେମ ଏବଂ ରିଲେଶନସିପ୍‌ର ଝଲକ ନଜର ଆସିବ । କାହାଣୀକୁ ଦେଖିଲେ ଉର୍ଫି ସେଥିରେ ଫିଟ୍ ହେବେ ବୋଲି କୁହାଯାଉଛି । ବାଲାଜୀ ଟେଲିଫିଲ୍ସ ବ୍ୟାନରରେ ଏହା ନିର୍ମାଣ ହେବାକୁ ଥିବା ବେଳେ ଦିବାକର ବାନାର୍ଜୀ ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଏକତା କପୁର ଏବଂ ଶୋଭା କପୁର ପ୍ରଯୋଜନା ଦାୟିତ୍ୱ ତୁଲାଇବେ । ୨୦୨୪ ଏପ୍ରିଲ ୧୯ରେ ଫିଲ୍ମ ରିଲିଜ କରାଯିବ ।

Leave a Reply

Your email address will not be published. Required fields are marked *