Pratidin TV

Odisha's Digital News Platform

ବିଜେପିର କାର୍ଯ୍ୟକର୍ତ୍ତା ମାନସିକ ଦ୍ୱନ୍ଦରେ ଅଛନ୍ତି , ପୋଷ୍ଟଡିଲିଟ୍ କରି ଏଭଳି କହିଲେ ମନମୋହନ ।

1 min read

ଗୁଜବର ହାତଗୋଡ ନାହିଁ କହିଲେ ମନମୋହନ ସାମୟ । ଆମ ରାଷ୍ଟ୍ରିୟ ସଭାପତି , ଆମ ପାର୍ଲାମେଣ୍ଟ ପାର୍ଟି ଯାହା କହିବ ତାହା ଚୁଡାନ୍ତ ନିଷ୍ପତ୍ତି । ବିଜେପିର କାର୍ଯ୍ୟକର୍ତ୍ତା ମାନସିକ ଦ୍ୱନ୍ଦରେ ଅଛନ୍ତି । କିଛି ମସୟ ପୂର୍ବରୁ ବିଜେପି ଏକାକୀ ଲଢିବ ଏବଂ ସରକାର ଗଢିବ ବୋଲି ମନମୋହନ ବୟାନ ଦେବାର କିଛି ଘଣ୍ଟା ମଧ୍ୟରେ ପୁଣିଥରେ ଗଣମାଧ୍ୟମରେ ମେଣ୍ଟକୁ ନେଇ ଭିନ୍ନ ଏକ ବୟାନ ଦେଇଛନ୍ତି ।

ମନମୋହନ କହିଛନ୍ତି, ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା କହିବେ ତାହା ଦଳର ଚୂଡ଼ାନ୍ତ ନିଷ୍ପତି । ମେଣ୍ଟ ହେଉ ବା ଯାହା ବି ନିଷ୍ପତ୍ତି ହେବ ସେ ନେଇ ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ । ରାଷ୍ଟ୍ରୀୟ ନେତୃତ୍ବ ଯାହା ନିଷ୍ପତି ନେବେ ତାହାକୁ ଆମେ ମାନିବୁ । ଆପଣ ସେହିସବୁ ଛାପନ୍ତୁ , ଆମ ରାଷ୍ଟ୍ରିୟ ସଭାପତି ଯାହା କହୁଛନ୍ତି ଆପଣମାନେ ସେୟା ଦେଖାନ୍ତୁ । ଆଗକୁ ଇଲେକ୍ସନ ଆମ ବୟାନକୁ ଏଭଳି ବଦନାମ କରନ୍ତୁ ନାହିଁ । ଆପଣାମାନେ ଖୁବ୍ ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ଶୁଣିବେ ।

Advertisement

ଏହାସହ ମନମୋହନ କହିଛନ୍ତି, ବିଗତ ୮ ଦିନ ଧରି ମିଡ଼ିଆ ବିଭିନ୍ନ ଆକଳନ କରି ଖବର ପ୍ରସାରଣ କଲା । ଏଥିରୁ ନିବୃତ ରହିବା ପାଇଁ ମିଡ଼ିଆକୁ ଅନୁରୋଧ । ଏବେ ନିର୍ବାଚନ ଥିବାରୁ ଏହା ଏକ ସମ୍ବେଦନଶୀଳ ସମୟ । ମୁଁ ଯାହା ଶବ୍ଦ କହୁଛି, ତାହାକୁ ଅନ୍ୟ ଢଙ୍ଗରେ ଚିତ୍ରଣ କରିବା ଠିକ୍ ନୁହେଁ ।

Leave a Reply

Your email address will not be published. Required fields are marked *