Pratidin TV

Odisha's Digital News Platform

ପିଲାଟି ଦିନରୁ ସାଙ୍ଗଥିଲେ , ଏବେ ହାତ ଧରା ଧରି ହୋଇ ଆରପାରିକୁ ଚାଲିଗଲେ ..

1 min read

ଭଲ ସାଙ୍ଗ ଥିଲେ…ଯୁଆଡେ ଯାଉଥିଲେ ଏକାଠି ଯାଉଥିଲେ…ଏକାଠି ଖାଉଥିଲେ.. ପୂରା ଗାଁରେ ଦୁଇ ସାଙ୍ଗଙ୍କ ଦୋସ୍ତିକୁ ନେଇ ଭାରି ଚର୍ଚ୍ଚା । ଆଜି ନୁହେଁ ପିଲାଟି ଦିନରୁ ଏମାନେ ଜୀବନ ଦିଆନିଆ ସାଙ୍ଗ । ସତେ ଯେମିତି କଥା ଦିଆନିଆ ହୋଇଥିଲେ ଆମେ ଏକାଠି ଆସିଛନ୍ତି, ଏକା ସାଙ୍ଗରେ ଚାଲିଯିବା । ବିଧିର ବିଧାନ ବି ବୋଧହୁଏ ଏଇୟା ଲେଖିଥିଲା । ସେଇଥି ପାଇଁ ତ ସାଙ୍ଗ ହୋଇ ଚାଲିଗଲେ ଏଇ ଦୁଇ ସାଙ୍ଗ । ଆଜି ଭେଣ୍ଡିଆ ପୁଅକୁ ଅସମୟରେ ହରାଇ କାନ୍ଦ ବୋବାଳି ରେ ଫାଟି ପଡୁଛି ଡାକ୍ତର ଖାନା ପରିସର । ଆତ୍ମୀୟ ସ୍ୱଜନ ଙ୍କ ଆଖିରୁ ଝରି ପଡୁଛି ଧାର ଧାର ଲୁହ, କାହିଁକି ନା ଆଜି ହାତ ଧାରା ଧରି ହୋଇ ସବୁଦିନ ପାଇଁ ହସ୍ପିଟାଲ ବେଡ଼ ରେ ସୋଇ ପଡିଛନ୍ତି ଦୁଇ ନିବିଡ଼ ସମ୍ପର୍କ ଥିବା ଦୁଇ ବନ୍ଧୁ ।

ଆଉ ଗାଁ ଦାଣ୍ଡରେ ଦେଖିବାକୁ ମିଳିବନି ତାଙ୍କର ନିବିଡ଼ ବନ୍ଧୁତା । ହଁ ଆଜ୍ଞା ଏ ହେଉଛି ଆଜି ବାଙ୍କୀ କୁସୁପଙ୍ଗି ଠାରେ ଘଟିଥିବା ସେଇ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ର ପର ର ଦୃଶ୍ୟ । ଆଜି ହାତ ଧାରା ଧରି ହୋଇ ଚାଲିଯାଇଛନ୍ତି ଦୁଇ ବନ୍ଧୁ ଅଦୈତ୍ୟ ମହାନ୍ତି ଏବଂ ଶିବ ପ୍ରସାଦ ମହାନ୍ତି । ଆଜି ଅଦୈତ୍ୟ ଙ୍କୁ ହରାଇ ସ୍ତ୍ରୀ ସନ୍ଧ୍ୟା ଏବଂ ଟିକି ପୁଅ ଅନାଥ ହୋଇଯାଇଛନ୍ତି । ଏପଟେ ଆଉ କିଛି ଦିନ ପରେ ବିବାହ କରିଥାନ୍ତେ ଶିବପ୍ରସାଦ ବା ଶିବୁ । ସୂଚନାଅନୁଯାୟୀ ଅଦୈତ ଙ୍କ ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ରେ ଏକ ବେକେରୀ ଶପ ଥିବା ବେଳେ ଏକ ବିଲଡର ଅଫିସ ରେ କାମ କରୁଥିଲେ ଶିବୁ । ଗତକାଲି ଏକ ସାଙ୍ଗ ର ବିବାହ ରେ ଯୋଗ ଦେବା ପାଇଁ ନିଜ ଗାଁ ବଡମ୍ବା ଶଙ୍ଖାମେରୀ କୁ ଭୁବନେଶ୍ୱର ରୁ ଆସିଥିଲେ ଏହି ଦୁଇ ବନ୍ଧୁ । ହେଲେ ବାଟରେ ଜଗି ବସିଥିଲା ଯମ । କୁସୁପଙ୍ଗି ସ୍ଥିତ ବଡ଼ଶଙ୍ଖ ନିକଟରେ ଦୁଇ ଜଣ ଆସୁଥିବା ବାଇକ୍ ଏକ କଂକ୍ରିଟ ମିକ୍ସ ଟ୍ରକ ରେ ମୁଁହା ମୁଁହି ଧକ୍କା ହୋଇଥିଲା । ଫଳରେ ସେଇଠାରେ ହିଁ ଶିବୁ ଙ୍କ ମୃତ୍ୟୁ ହୋଇଯାଇଥିଲା , ଏପଟେ ବାଙ୍କୀ ଉପଖଣ୍ଡ ଚିକତ୍ସାଳୟ ରେ ଚିକତ୍ସାଧୀନ ଅବସ୍ଥାରେ ଆଖିବୁଜିଦେଲେ ଅଦୈତ୍ୟ ।

Advertisement

ରୋଜଗାରିଆ ପୁଅକୁ ହରାଇ ଆଜି ଅସହାୟ ହୋଇ ପଡିଛନ୍ତି ପରିବାର । କଥାରେ ଅଛି ବିଧିର ବିଧାନ କିଏ କରିବ ଆନ? ବାହାଘରକୁ ଯାଉଯାଉ ଜୀବନ ଚାଲିଯିବା ଘଟଣାକୁ କେହି ସହଜରେ ଗ୍ରହଣ ବି କରିପାରୁନାହାନ୍ତି ।

Leave a Reply

Your email address will not be published. Required fields are marked *