Pratidin TV

Odisha's Digital News Platform

ଅମିରଙ୍କ ପତ୍ନୀଙ୍କୁ ଖୋଲା ଅଫର ଦେଲେ ଭାଇଜାନ୍ , ଟ୍ୱିଟ୍ କରି ଲେଖିଲେ ଏମିତି ..

1 min read

ସୋଶିଆଲ ମିଡିଆରେ ଖୋଲାଖୋଲି ଭାବେ ଅଫର ଦେଇଛନ୍ତି ଭାଇଜାନ୍ । ଅମିରଙ୍କ ପତ୍ନୀଙ୍କୁ ଦେଇଛନ୍ତି ଅଫର । ଆପଣ ଭାବୁଥିବେ କଣପାଇଁ । ସେ ଅମିରଖାନଙ୍କ ପତ୍ନୀ କିରଣ ରାଓଙ୍କ ସହ କାମ କରିବାକୁ ଖୋଲାଖୋଲି ଇଚ୍ଛା ପ୍ରକାଶ କରିଛନ୍ତି । ବଲିଉଡ ଫିଲ୍ମ ନିର୍ମାତା ତଥା ଆମୀର ଖାନଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଲାପତା ଲେଡିଜ’ ମାର୍ଚ୍ଚ ୧ରେ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରକୁ ଲୋକେ ବେଶ ପସନ୍ଦ କରୁଥିବା ବେଳେ ପ୍ରଶଂସା ମଧ୍ୟ କରୁଛନ୍ତି ।

ନିକଟରେ ସଚିନ୍ ତେନ୍ଦୁଲକରଙ୍କ ଠାରୁ ଅନୁରାଗ କାଶ୍ୟପ ସମସ୍ତେ ‘ଲାପତା ଲେଡିଜ’ର ପ୍ରଶଂସା କରିଥିବା ବେଳେ ବର୍ତ୍ତମାନ ବଲିଉଡର ସୁପରଷ୍ଟାର ସଲମାନ ଖାନ ମଧ୍ୟ କିରଣ ରାଓଙ୍କ ଫ୍ୟାନ ହୋଇଛନ୍ତି । ସୋସିଆଲ ମିଡିଆରେ ଅଭିନେତା ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇଥିବା ବେଳେ କିରଣଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । ସଲମାନ ଖାନ ଏକ୍ସରେ କିରଣ ରାଓଙ୍କ ‘ଲାପତା ଲେଡିଜ’ ନେଇ ସମୀକ୍ଷା ସେୟାର କରିଛନ୍ତି । ସଲମାନ କିରଣଙ୍କ ପ୍ରଶଂସା କରିବା ସହ ତାଙ୍କ ସହ କାମ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ମୁଁ ବର୍ତ୍ତମାନ କିରଣ ରାଓଙ୍କ ଲାପତା ଲେଡିଜ ଦେଖି ବହୁତ ଉପଭୋଗ କରିଛି ଏବଂ ମୋ ପିତା ମଧ୍ୟ ଏହାକୁ ଦେଖି ଉପଭୋଗ କରିଛନ୍ତି । ‘ଲାପତା ଲେଡିଜ’ ସହ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିବା କିରଣଙ୍କୁ ଶୁଭେଚ୍ଛା, ଭଲ କାମ । ମୋ ସହ କେବେ କାମ କରିବେ ?

Advertisement

Leave a Reply

Your email address will not be published. Required fields are marked *