Pratidin TV

Odisha's Digital News Platform

ମେଡିକାଲରୁ ଡ଼ିସଚାର୍ଜ ହୋଇଛନ୍ତି ମମତା ବାନାର୍ଜୀ ଘରେ ଦୁର୍ଘଟଣାର ହୋଇଥିଲେ ଶିକାର

1 min read

ଦୁର୍ଘଟଣା ଶିକାର ହୋଇଛନ୍ତି TMC ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ମମତା ବାନାର୍ଜୀଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା | କୋଲକାତାର ଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ତୃଣମୂଳ କଂଗ୍ରେସର ଅଧକ୍ଷ ମମତା ବାନାର୍ଜୀ | ତେବେ ଏକ ଦୁର୍ଘଟଣା ଘଟିଲା ଯେଉଁଥିରେ ୬୯ ବର୍ଷୀୟ ମମତା ଖସି ଯାଇ ତାଙ୍କ ମୁଣ୍ଡ ଏକ ଫର୍ନିଚରରେ ମାଡ଼ ହୋଇଯାଇଥିଲା | ଏବଂ ଏହା ତାଙ୍କ ବାସସ୍ଥଳୀରେ ହୋଇଥିବାର ସୂଚନା ମିଳିଥିଲା |

ଗୁରୁବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ | ଟିଏମସି X ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି | ଏବଂ କହିଛନ୍ତି ଯେ ଆମର ଅଧକ୍ଷ ଗୁରୁତର ଆହତ ହୋଇଛନ୍ତି | ତାଙ୍କ ପାଇଁ ପ୍ରାର୍ଥନା କର | ଏହା ସହିତ ମୁଖ୍ୟମନ୍ତ୍ରୀ ମମତାଙ୍କର ଫଟୋ ମଧ୍ୟ ପ୍ରକାଶ ହୋଇଥିଲା | ଯେଉଁଥିରେ ତାଙ୍କ କପାଳରୁ ରକ୍ତ ବାହାରୁଥିବାରୁ ଦେଖିବାକୁ ମିଳିଥିଲା | ଆଘାତ ପରେ ମୁଖ୍ୟମନ୍ତ୍ରୀ କୋଲକାତାର ଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ସେଠାରେ ଚିକିତ୍ସା ସମୟରେ ତାଙ୍କ ମୁଣ୍ଡରେ ଷ୍ଟିଚ ହୋଇଥିଲା | ଏହାପରେ ତାଙ୍କୁ ଘରକୁ ପଠା ହୋଇଯାଇଥିଲା |

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମମତା ଘରେ ଥିଲାବେଳେ ଗୋଡ ଖସି ହୋଇଯିବା କାରଣରୁ ସେ ପଡିଯାଇଥିଲେ | ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା | ତାଙ୍କର କପାଳ ଏବଂ ନାକରେ ତୀବ୍ର ଆଘାତ ଲାଗିଥିଲା ଯେଉଁଥିପାଇଁ ତାଙ୍କର ବହୁତ ରକ୍ତ ବାହାରିଥିଲା | ପରେ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରାୟ ୭ଟା ୩0 ବେଳକୁ ସୂଚନା ଦିଆଯାଇଥିଲା | ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ | କପାଳରେ ଗୋଟେ କଟା ଆଘାତ ହୋଇଥିଲା | ତେଣୁ ତାଙ୍କ କପାଳରେ ୩ଟି ଷ୍ଟିଚ ପଡିଥିଲା ଏବଂ ନାକରେ ମଧ୍ୟ ଆଘାତ ଲାଗିଥିବା ହେତୁ ନାକରେ ମଧ୍ୟ ଗୋଟେ ଷ୍ଟିଚ ପଡିଥିଲା | ପ୍ରାଥମିକ ଚିକିତ୍ସା ଓ ଷ୍ଟିଚ୍ ପରେ ଅଧିକ ପରୀକ୍ଷା ନିରୀକ୍ଷା କରାଯାଇଥିଲା।

ତେବେ ସଁ କିପରି ଖସି ପଡ଼ିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ମମତାଙ୍କ ଆଘାତ ଖବର ପାଇବା ପରେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଘରେ ପହଞ୍ଚିଥିଲେ। ଏହା ପରେ ତାଙ୍କୁ ଦଳ ଲୋକ ସମସ୍ତେ ମିଶି ଡାକ୍ତରଖାନା ନିଆଯାଇଥିଲା।

Leave a Reply

Your email address will not be published. Required fields are marked *