Pratidin TV

Odisha's Digital News Platform

କେନ୍ଦ୍ର ସରକାରଙ୍କ ଉପହାର…..ଶସ୍ତା ହେଲା ପେଟ୍ରୋଲ,ଡିଜେଲ ଦର

1 min read

ଆଉ କିଛି ସପ୍ତାହ ପରେ ଦେଶରେ ଲୋକସଭା ନିର୍ବାଚନ | ଏହାର ଠିକ ପୂର୍ବରୁ ହ୍ରାସ ପାଇଛି ତୈଳ ଦର | ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲରେ ମୂଲ୍ୟ ଲିଟର ପିଚା ୨ ଟଙ୍କା ହ୍ରାସ କରିଛନ୍ତି | ଯାହା ମାର୍ଚ୍ଚ ୧୫ ତଥା ଆସନ୍ତା କାଲି କାର୍ଯ୍ୟକାରୀ ହେବାକୁ ଯାଉଛି | ଦର ହ୍ରାସ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ X ଯୋଗେ ସୂଚନା ଦେଇଛନ୍ତି | ଦର ବୃଦ୍ଧି ଯୋଗୁଁ ଆଉଟ ପାଉଟ ହେଉଥିବା ଲୋକଙ୍କୁ ସରକାରଙ୍କ ଏପରି ପଦକ୍ଷପ କିଛି ମାତ୍ରାରେ ଆଶ୍ବସ୍ତି ଦେବ |

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ଉପରେ ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୨ ଟଙ୍କା ହ୍ରାସ କରି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରମାଣ କରିଛନ୍ତି ଯେ କୋଟି କୋଟି ଭାରତୀୟ ସେମାନଙ୍କ ପରିବାରକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ଅନ୍ୟମାନଙ୍କର କଲ୍ୟାଣ ଏବଂ ସୁବିଧା ସର୍ବଦା ମୋଦିଙ୍କ ଲକ୍ଷ୍ୟ |

Leave a Reply

Your email address will not be published. Required fields are marked *