Pratidin TV

Odisha's Digital News Platform

ଅକାଳରେ ଆଖିବୁଜିଲେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ମଲ୍ଲିକ , ପାର୍କରେ ବ୍ୟାୟାମ୍ ସମୟରେ …….

1 min read

ଭୁବନେଶ୍ୱର ; ହୃଦଘାତରେ ଚାଲିଗଲେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ନିର୍ବାଚନ ଆୟୋଗ (EC) ଙ୍କ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକ । ଆଜି ପ୍ରାତଃ ଭ୍ରମଣ ସହ ବ୍ୟାୟାମ କରୁଥିବା ବେଳେ ପାର୍କରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡି ଯାଇଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଖବର ପାଇବା ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ଓ ନିର୍ଦ୍ଦେଶକ ସରୋଜ କୁମାର ସାମଲ କ୍ୟାପିଟାଲ ହସ୍ପିଟାଲରେ ପହଂଚିଛନ୍ତି । ପ୍ରଫୁଲ୍ଲଙ୍କ ମୃତ୍ୟୁ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *