Pratidin TV

Odisha's Digital News Platform

ରାଜଧାନୀରେ ରାତି ଅଧରେ ନିଶାଡିଙ୍କ ଉତ୍ପାତ……ନିଶା ଖାଇ ୧୦ ଦାମୀ ଗାଡି ଭାଙ୍ଗିଲେ

1 min read

ରାଜଧାନୀ ରାତି ଅଧାରେ ନିଶାଶକ୍ତ ବ୍ୟକ୍ତିଙ୍କ ଦାଦାଗିରି | ନିଶା ଅବସ୍ଥାରେ ରାସ୍ତାରେ ଥିବା ଦାମୀ ଗାଡିକୁ କଲେ ଚୁନା | ତେବେ ଚକେଇସିଆଣୀ ଲକ୍ଷ୍ମୀ ନାରାୟଣ ମନ୍ଦିର ରାସ୍ତାରେ ନିଶାଡିଙ୍କ ଉତ୍ପାତ | ନିଶା ଖାଇ ୧0ଟି ଦାମୀ ଗାଡିକୁ ଚୁନା କଲେ ୨ ନିଶାଡି | ଏହାପରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ଲୋକେ |ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏପରି ଅମାନୁଷିକ ନିଶାସକ୍ତ ଯୁବକ ଏପରି ରାତି ଅଧାରେ ଉତ୍ପାତ ହୋଇଥାନ୍ତି | ଏବଂ କହିଥିଲେ ଯେ ଅସାମାଜିକ ଯୁବକ ନିଶା ଖାଇ ରାତି ଅଧ ଯାଏଁ ହୋ ହାଲ୍ଲା କରିବା ସହ ପାଟି ତୁଣ୍ଡ କରନ୍ତି | ତେବେ ପୋଲିସଙ୍କ ପେଟ୍ରୋଲିଂ ଅଭାବ ପାଇଁ ଏଭଳି ପରିସ୍ଥିତି ଉପୁଜୁଛି | ପରେ ପୋଲିସ ଯାଞ୍ଚ ଆରମ୍ଭ କରି ସିସିଟିଭି ଆଧାରରେ ୨ ଯୁବକଙ୍କୁ ଅଟକ ରଖିଛି |

Advertisement

Leave a Reply

Your email address will not be published. Required fields are marked *