Pratidin TV

Odisha's Digital News Platform

ଆସନ୍ତାକାଲି ବାଜିବ ନିର୍ବାଚନୀ ବିଗୁଲ୍ , ଟ୍ୱିଟ୍ କରି ସୂଚନା ଦେଲେ ନିର୍ବାଚନ ଆୟୋଗ ..

1 min read

ଲୋକସଭା ନିର୍ବାଚନକୁ ନେଇ ଆସିଲା ବଡ଼ ଖବର । ଆସନ୍ତାକାଲି ବାଜିବ ନିର୍ବାଚନୀ ବିଗୁଲ୍ । ଲୋକସଭା ନିର୍ବାଚନ ଏବଂ ୪ ରାଜ୍ୟରେ ସାଧାରଣ ନିର୍ବାଚନର ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ । ଶନିବାର ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା ହେବ । ନିର୍ବାଚନ ଆୟୋଗକଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ ହେବ । ନିର୍ବାଚନ ତାରିଖ ଘୋଷଣା ସହ ଆସନ୍ତାକାଲି ନିର୍ବାଚନ ଆଚରଣ ବିଧି ଲାଗୁ ହେବ ।

ସୂଚନାନୁସାରେ ଗତ ଲକସଭା ନିର୍ବାଚନ ମାର୍ଚ୍ଚ ୧୦ ତାରିଖ ଘୋଷଣା କରାଯାଇଥିଲା । ନିର୍ବାଚନ ଆୟୋଗ ରବିବାର ୨୦୧୯ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ହେଲେ ଚଳିତ ନିର୍ବାଚନ ତାରିଖ ମାର୍ଚ୍ଚ ୧୬ ଶନିବାର ଘୋଷଣା କରାଯିବ । ଏହାସହ ନିର୍ବାଚନ ଆୟୋଗର ସୋଶିଆଲ ମିଡିଆ ପ୍ଲାଟଫର୍ମରେ ଲାଇଭ୍ ଷ୍ଟ୍ରିମିଂ କରାଯିବ । ଏନେଇ ନିର୍ବାଚନ ଆୟୋଗ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *