Pratidin TV

Odisha's Digital News Platform

ଆୟକର ଅଫିସରେ ହାଜର ହେଲେ ଅର୍ଚ୍ଚନା-ଜଗବନ୍ଧୁ , ହେଲେ କ।ହିଁକି ?

ପୁଣି ଆୟକର ଅଫିସରେ ହାଜର ହେଲେ ଅର୍ଚନା ନାଗ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଏନେଇ ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ୍ନ ପଚାରିଥିଲେ ମଧ୍ୟ ଦୁହେଁ ସ୍ୱାମୀ ସ୍ତ୍ରୀ କିଛି ପ୍ରତିକ୍ରିୟା ବା ଉତ୍ତର ରଖିନଥିଲେ । ଶୁଣିବାକୁ ମିଳୁଛି ଯେ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କୁ ଆୟକର ଅଫିସରେ ହାଜର ପାଇଁ ତାଂକୁ ନୋଟିସ ହୋଇଥିଲା ।

ତେବେ ରାଜଧାନୀରେ ଅର୍ଚ୍ଚନା ନାଗ୍ ଓ ଜଗବନ୍ଧୁ ଚାନ୍ଦଙ୍କୁ ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା । କାରଣ ଦୁହେଁ ସ୍ୱାମୀ ସ୍ତ୍ରୀ ହନିଟ୍ରାପ୍‌ରେ ଅନେକ ବଡ ବଡୁଆଙ୍କୁ ଫସାଇ ରାତା ରାତି ମାଲେମାଲ ହୋଇଥିଲେ ।

ବ୍ଲାକ୍ ମେଲିଂ , ମନିଲଣ୍ଡରିଂ ଏବଂ ହନିଟ୍ରାପ୍‌ରେ ଉଭୟଙ୍କ ବିରୁଦ୍ଧରେ ପ୍ରମାଣ ମିଳିବା ପରେ ତାଙ୍କୁ କୋର୍ଟ ଜେଲ୍ ଦଣ୍ଡ ଦେଇଥିଲା । ବର୍ତ୍ତମାନ ଦୁହେଁ ସ୍ୱାମୀ ସ୍ତ୍ରୀ ବେଲ୍ ରେ ଆସିଛନ୍ତି । ଅର୍ଚ୍ଚନା ଜଣେ ଆଇନ୍ ଛାତ୍ରୀ ହୋଇଥିବା ବେଳେ ଜଗବନ୍ଧୁ ଜଣେ ବିଜେନେସ୍ ମ୍ୟାନ୍ ଭାବେ ସମାଜରେ ପରିଚିତ୍ ଥିଲେ ।

Leave a Reply

Your email address will not be published. Required fields are marked *