Pratidin TV

Odisha's Digital News Platform

ନିଆରା ସମ୍ପର୍କର ନିଚ୍ଛକ ଉଦାହରଣ , ଅସୁସ୍ଥ ମାଲିକକୁ ଦେଖିବାକୁ ମେଡିକାଲରେ ପହଞ୍ଚିଲା ହାତୀ ..

1 min read

ଆଜି ଯେଉଁଠି ମଣିଷର ନିଜର ସ୍ୱାର୍ଥ ପାଇଁ ନିଜର ମାନବିକତା କୁ ହଜାଇ ଦେଉଛି । ସେଇଠି ଇତର ପ୍ରାଣୀ ଦେଇଛି ଏକ ଅନନ୍ୟ ଉଦାହରଣ । ମାଲିକ ପ୍ରତି ଦେଖାଇଛି ନିସ୍ୱାର୍ଥପର ଭଲପାଇବା । ଆଜି ପୁଣି ଥରେ ଏ ସଭ୍ୟ ସମାଜକୁ ଶିକ୍ଷା ଦେଇଛି କଥା କହିପାରୁନଥିବା ହାତୀ । ଦେଖିବାକୁ ମିଳିଛି ମଣିଷ ଏବଂ ହାତୀ ମଧ୍ୟରେ ଏକ ନିଆରା କାହାଣୀ ।

ଏବେ ସୋଶିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି ଯେଉଁ ଭିଡଓ ସମସ୍ତଙ୍କୁ ହୃଦୟକୁ ଛୁଇଁଛି । ଭିଡିଓରେ ଦେଖିବାକୁ ମିଳିଛି ଏକ ହାତୀ ନିଜ ଅସୁସ୍ଥ ମାଲିକକୁ ଦେଖା କରିବା ପାଇଁ ଡାକ୍ତରଖାନାରେ ପହଞ୍ଚିଛି । ହସ୍ପିଟାଲ ବେଡ୍ ପାଖକୁ ଯାଇ ସେ ମାଲିକକୁ ଶୁଣ୍ଢରେ ସ୍ପର୍ଶ କରୁଛି । ସତେ ଯେମିତି ସେ ନିଜ ମାଲିକକୁ କହୁଛି କି ସେ ଖୁବ୍ ଶୀଘ୍ର ଭଲ ହୋଇଯିବ । ହାତୀର ନିଜ ମାଲିକ ପ୍ରତି ଏମିତି ଭଲପାଇବା ଦେଖି ସମସ୍ତଙ୍କ ଆଖିରେ ଲୁହ ଭରିଯାଉଛି ।

Leave a Reply

Your email address will not be published. Required fields are marked *