Pratidin TV

Odisha's Digital News Platform

ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବିଗ୍ ବି , ଅସୁସ୍ଥତାର ଖବର ଉପରେ ନିରବତା ଭାଙ୍ଗିଲେ ଅଭିନେତା ..

1 min read

ବଲିଉଡର ସେହେନ୍ସା ଅମିତାଭ ବଚ୍ଚନଙ୍କର ବିଗିଡିଯାଇଥିଲା ସ୍ୱାସ୍ଥ୍ୟବସ୍ଥା । ଗତ କାଲି ତାଙ୍କୁ କୋକିଳାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାସହ ତାଙ୍କର ଆଞ୍ଜିଓପ୍ଲାଷ୍ଟି ନେଇ ଖବର ସାମ୍ନାକୁ ଆସିଥିଲା । ଏହା ଜାଣିବାପରେ ଫ୍ୟାନ୍ସ ମାନଙ୍କ ଭିତରେ ଆଲୋଡନ ସୃଷ୍ଟି ହୋଇଥିଲା । ସାରା ଦେଶବାସୀ ବିଗ୍ ବିଙ୍କ ସ୍ୱାସ୍ଥ୍ୟବସ୍ଥା କୁ ନେଇ ଚିନ୍ତିତ ଥିବା ବେଳେ ସାମ୍ନାକୁ ଆସିଛି ଯେ ଅମିତାଭ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଯାହାକୁ ନିଜେ ବିଗ୍ ବି ଖଣ୍ଡନ କରିଛନ୍ତି । ସେ ଏହାକୁ ଏକ ଫେକ୍ ନ୍ୟୁଜ ବା ମିଥ୍ୟା ବୋଲି କହିଛନ୍ତି । ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଏହି ଖବର ଶୁଣିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା ।

ରକ୍ତ ଜମାଟ ବାନ୍ଧିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଆଞ୍ଜିଓପ୍ଲାଷ୍ଟି କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ତେବେ ସମସ୍ତ ଗୁଜବ ଉପରୁ ପରଦା ଉଠାଇଛନ୍ତି ଅମିତାଭ ବଚ୍ଚନ । ଗତକାଲି(ଗୁରୁବାର) ସନ୍ଧ୍ୟାରେ ଇଣ୍ଡିଆନ ଷ୍ଟିଟ ପ୍ରିମିୟର ଲିଗ୍‌(ISPL) ଚାଲିଥିବା ବେଳେ ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସହ ସାମ୍ନାକୁ ଆସିଛନ୍ତି । ଦୁହେଁ ସଚ୍ଚିନ ତେନ୍ଦୁଲକରଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । ଏହାର ଫଟୋକୁ ଅମିତାଭ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବିଗ୍‌ବି ହସ୍ପିଟାଲରେ ଭର୍ତ୍ତି ହେବାର ଖବର ପ୍ରସାରିତ ହେବାର କିଛି ଘଣ୍ଟା ମଧ୍ୟରେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅମିତାଭ ।

Advertisement

Leave a Reply

Your email address will not be published. Required fields are marked *