Pratidin TV

Odisha's Digital News Platform

ନବ ଦମ୍ପତିଙ୍କ ନିଆରା ପ୍ରୟାସ, ଉପହାର ବଦଳରେ ଦେଲେ ବୃକ୍ଷ, କଲେ ରକ୍ତଦାନ…

1 min read

ବାହାଘର ତ ଅନେକ ଦେଖିଥିବେ କିନ୍ତୁ ଏହି ବାହାଘର ଟିକେ ନିଆରା ଆଉ ସ୍ୱତନ୍ତ୍ର, ବାହାଘର ମାନେ ଖାଇବା, ପିଇବା, ନାଚିବା ଗାଇବା ମଉଜ କରିବା, କିନ୍ତୁ ଆମେ ଯେଉଁ ବାହାଘର କଥା କହୁଛୁ ଟିକେ ଭିନ୍ନ। ଏମିତି ଏକ ବାହାଘର ଦେଖିବାକୁ ମିଳିଛି ରତ୍ନାକର ଓ ବନଲତାଙ୍କ ବିବାହରେ। ଉପହାର ଦେବା ବଦଳରେ ଉପହାର ଦେଲେ ନବ ଦମ୍ପତି, ଏମିତି ଏକ ଘଟଣା ବିଷୟରେ ଜାଣିଲେ ପ୍ରଶଂସା ନକରି ରହି ହେବ ନାହିଁ | ଆଜିର ସମାଜରେ ଯେଉଁ ବିବାହ ଭୋଜିକୁ ଯାଉ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଓ ଉପହାର ଦିଆଯାଏ କିନ୍ତୁ ଆଜି ଏମିତି ଏକ ବିବାହ ଭୋଜି ହୋଇଛି ଯାହା ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ।

ଭଦ୍ରକ ଜିଲ୍ଳାର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରାଜେନ୍ଦ୍ର ସାହୁ ଓ ତୋଳାତ୍ତମା ସାହୁଙ୍କ ଜ୍ୟାଷ୍ଠ ପୁଅ ରତ୍ନାକରଙ୍କ ବିବାହ ଭୋଜିରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଥମେ ସକାଳେ ରକ୍ତଦାନ କରିବା ସହ ରତ୍ନାକର ନିଜ ହାତରେ ଗଢିଥିବା ଆଶାଏଁ ଆଶ୍ରମରୁ ପିଲାମାନେ ନିଜ ହାତରେ ତିଆରି କରିଥିବା ଫୋଟୋଚିତ୍ରକୁ ରକ୍ତଦାତାଙ୍କୁ ପ୍ରଦାନ କରିବା ଓ ବିଭିନ୍ନ ପ୍ରକାର ଗଛ ଚାରା ମଧ୍ୟ ଉପହାର ଦେଇଥିଲେ । ପରେ ସନ୍ଧ୍ୟାରେ ଯେଉଁ ଅତିଥିମାନେ ନବ ଦମ୍ପତିକୁ ଆଶ୍ରିବାଦ ଦେବାକୁ ଆସିଥିଲେ ତାଙ୍କୁ ନବ ଦମ୍ପତିଙ୍କ ତରଫରୁ ଉପହାରରେ ଏକ ବୃକ୍ଷ ଚାରା ଅତିଥିମାନଙ୍କୁ ପ୍ରଦାନ କରିବା ସହ ବୃଦ୍ଧ ବୃଦ୍ଧା ମାନଙ୍କୁ ଶାଢ଼ୀ ମଧ୍ୟ ପ୍ରଦାନ କରିଥିଲେ। ଯାହା ଆସିଥିବା ଅତିଥିମାନେ ନବ ଦମ୍ପତିଙ୍କ ଏଭଳି ନିଆରା ପ୍ରୟାସକୁ ବେଶ ପ୍ରଶଂସା କରିଥିଲେ। ତେବେ ରତ୍ନାକର କୁହନ୍ତି, ଆମେ ଯେଉଁ ସମାଜରେ ରହୁଛନ୍ତି ଆମେ ସମସ୍ତଙ୍କ ସହ ମିଳିମିଶି ରହିବା ଓ ସଭିଏଁ ଆମ ପରିବାର ବୋଲି ଭାବିବା ଯାହା ମୋତେ ଧନୀ, ଗରିବ କୌଣସି ଭେଦ ଭାବ ନରହୁ ଯାହା ପାଇଁ ମୋ ବାହାଘର ରେ ସଭିଙ୍କି ନିମନ୍ତ୍ରଣ କରିବା ସହ ସମାଜ ପରିବେଶ କିପରି ସୁସ୍ଥ ରହିବ ଅତିଥିମାନଙ୍କୁ ବୃକ୍ଷ ଚାରା ପ୍ରାଦନ କରିଛୁ ।

Advertisement

ନିଜ ବାହାଘରରେ ଅତିଥିମାନଙ୍କୁ ଉପହାରରେ ଗୋଟେ ଗୋଟେ ବୃକ୍ଷ ଚାରା ଦେଇ ସମାଜ ପାଇଁ ଦେଉଥିବା ଏପରି ସୁନ୍ଦର ବାର୍ତ୍ତା ପାଇଁ ବେଶ ଖୁସୀ ପ୍ରକଟ କରିଛନ୍ତି ରତ୍ନାକରଙ୍କ ବିଭାହ ଭୋଜିକୁ ଆସିଥିବା ଅତିଥି |

ଖାଲି ସେତିକି ନୁହେ ରତ୍ନାକର ନିଜସ୍ଵ ଖର୍ଚ୍ଚରେ ସୁଦୂର ଭୁବନେଶ୍ୱରରୁ ବସ ଯୋଗେ ତାଙ୍କ ବିବାହରେ ଯୋଗ ଦେବାକୁ ପିଲାମାନଙ୍କୁ ଆଣିଥିଲେ। ଆସିଥିବା ପିଲାମାନେ ମଧ୍ୟ ବେଶ ଭଲ ପାଆନ୍ତି ରତ୍ନାକର ସାରଙ୍କୁ ନିଜକୁ ରତ୍ନାକରଙ୍କୁ ବାପା ବୋଲି କୁହନ୍ତି ଆଉ ତାଙ୍କ ପାଇଁ ରତ୍ନାକର ହିଁ ସବୁକିଛି ବୋଲି କୁହନ୍ତି, କୁନି କୁନି ପିଲାମାନଙ୍କ ସମସ୍ତ ଦାଇତ୍ୱ ରତ୍ନାକର ହିଁ ନିଅନ୍ତି ଆଉ ସମସ୍ତେ ରତ୍ନାକର ସାର ଙ୍କ ଏପରି କାର୍ଯ୍ୟ କୁ ଖୁବ ପ୍ରଶଂସା କରିଛନ୍ତି

ସତରେ ଦର୍ଶକ ବନ୍ଧୁ ବର୍ତମାନ ସମୟରେ ନିଜ ଭାଇ ନିଜର ହୋଇପାରୁନି, ସେଠି ଅନାଥ ପିଲାଙ୍କ ପାଇଁ ଦେବଦୁତ ସାଜିଛନ୍ତି ରତ୍ନାକର, ଅନେକ ପିଲାଙ୍କୁ ଶିକ୍ଷା ଦେବା ସହ ସମାଜ ରେ ମୁଖ୍ୟସ୍ରୋତକୁ ଆଣିଛନ୍ତି ରତ୍ନାକର। ରତ୍ନାକରଙ୍କ ଏଭଳି ଏକ ନିଆରା ପଦକ୍ଷେପକୁ ପରିବାର ବର୍ଗ ସହ ଆସିଥିବା ଅତିଥିମାନେ ଖୁବ ପ୍ରଶଂସା କରିବା ସହ ନବ ଦାମ୍ପତିଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ଆଶୀର୍ବାଦ କରିଛନ୍ତି।

Leave a Reply

Your email address will not be published. Required fields are marked *