Pratidin TV

Odisha's Digital News Platform

ଏଥର ଭାରତରେ ଖେଳାଯିବନି ଆଇପିଏଲ ୨୦୨୪ ମ୍ୟାଚ ! ଏହି ଦେଶରେ ହେବ ଅନୁୁଷ୍ଠିତ ..

1 min read

ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଯାଉଛି ମାହସମର ଆଇପିଏଲ ୨୦୨୪ । ତେବେ ଚଳିତ ଥର ଆଇପିଏଲ ଦେଶ ନୁହେଁ ବିଦେଶରେ ଖେଳାଯିବ । କାରଣ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଇପିଏଲର ଦ୍ୱିତାୟ ପର୍ଯ୍ୟାୟ ମ୍ୟାଚ ବିଦେଶରେ ଖେଳାଯିବ । ତେବେ ୧୭ତମ ସିଜିନ୍‌ ର ଆଇପିଏଲ ଦେଶ ବାହାରେ ଆୟୋଜିତ ହୋଇପାରେ । ତେବେ ଏ ବାବାଦରେ ଏକ ବଡ ନିଷ୍ପତ୍ତି ନେଇପାରେ ବିସିସିଆଇ । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ଆଇପିଏଲ ସ୍ଥାନାନ୍ତର କରାଯାଇ ପାରେ ।

୨୦୨୦ ମସିହାରେ କରୋନା ମହାମାରୀ ସମୟରେ ୟୁଏଇ ଆଇପିଏଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ରିପୋର୍ଟ ଅନୁଯାୟୀ ବିସିସିଆଇର କେତେକ ବରିଷ୍ଠ ଅଧିକାରୀ ବର୍ତ୍ତମାନ ୟୁଏଇରେ ଅଛନ୍ତି । ସେଠାରେ ଅବଶିଷ୍ଟ ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକ ଭାରତରୁ ସ୍ଥାନାନ୍ତର କରାଯିବା ଉଚିତ କି ନୁହେଁ ତାହା ଉପରେ ବିଚାର କରାଯାଉଛି । ତେବେ ଆଜି ନିର୍ବାଚନ ତାରିଖ ଘୋଷଣା କରାଯାଇଛି ।

Advertisement

ଏହା ପରେ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚଗୁଡିକର କାର୍ଯ୍ୟସୂଚୀ ସମ୍ପର୍କରେ ନିଷ୍ପତ୍ତିି ନିଆଯିବ । ତେବେ ନିର୍ବାଚନ ହେତୁ ଆଇପିଏଲ୍ ଆୟୋଜନରେ ବିସିସିଆଇକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏହି କାରଣରୁ ଭାରତୀୟ ବୋର୍ଡ ଆଇପିଏଲ୍‌କୁ ବିଦେଶରେ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *