Pratidin TV

Odisha's Digital News Platform

ଘୋଷଣା ହେଲା ନିର୍ବାଚନ ତାରିଖ , ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେବେ ହେବ ନିର୍ବାଚନ ?

1 min read

ଭୁବନେଶ୍ୱର ; ବାଜିଲା ବିଗୁଲ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ପ୍ରେସମିଟ୍ରେ ଭାରତୀୟ ନିର୍ବାଚନ କମିଶନ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।

ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ମେ ୨୦ରେ ୨ୟ ପର୍ଯ୍ୟାୟ, ମେ ୨୫ରେ ୩ୟ ଓ ଜୁନ ୧ ତାରିଖରେ ୪ର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେହିପରି ଜୁନ୍ ୪ ତାରିଖରେ ହେବ ଭୋଟ ଗଣତି । ଏଥି ସହିତ ଜୁନ ୪ରେ ଉଭୟ ଲୋକସଭା ସହ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

Advertisement

ତେବେ ଚାଲନ୍ତୁ ଜାଣିବା ଓଡିଶାର କେଉଁ ଜିଲ୍ଲାରେ କେବେ ନିର୍ବାଚନ ?

ମେ ୧୩ରେ – କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ

ମେ ୨୦ ରେ – ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକା

ମେ ୨୫ରେ- ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର

ଜୁନ୍‌ ୧ରେ- ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର

ଏଥର ନିର୍ବାଚନରେ ଓଡିଶାରେ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଏଥର ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟର ଅଧିକ ଯୋଡି ହୋଇଛନ୍ତି। ଓଡ଼ିଶାରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୦୩୧ ଅଛି। ସେହିପରି ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ରହିଛି ୩ ହଜାର ୩୮୦।

Leave a Reply

Your email address will not be published. Required fields are marked *