Pratidin TV

Odisha's Digital News Platform

ପ୍ରାର୍ଥୀ ଖୋଲିବେ ନିଜ ଅପରାଧର ଗୁମର , ବିଜ୍ଞାପନ ଜରିଆରେ କରିବେ ସାର୍ବଜନୀନ ..

1 min read

ବାଜିଲା ଲୋକସଭା ନିର୍ବାଚନୀ ବିଗୁଲ୍ । ଘୋଷଣା ହେଲା ତାରିଖ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇସିଆଇ ନିର୍ବାଚନ ତାରିଖ ଘୋଷଣା କରୁଛନ୍ତି । ତେବେ ଚଳିତ ଥର ନିର୍ବାଚନ ପ୍ରତିଦ୍ୱନ୍ଦିତା କରୁଥିବା ନେତାଙ୍କ ପାଇଁ ହୋଇଛି ନୂଆ ନିୟମ । ବିଜ୍ଞାପନ ଜରିଆରେ ନେତା ମାନେ ନିଜ ନିଜର ଅପରାଧୀକ ରେକର୍ଡ ଦେବେ ।

ଟିଭି ଓ ଖବର କାଗଜରେ ବିଜ୍ଞାପନ ଜରିଆରେ ଜଣାଇବେ । ଥରେ କିମ୍ବା ଦୁଇଥର ନୁହେଁ ତିନଥର ନିଜ ଅପରାଧୀକ ବିବରଣୀ ପ୍ରଦାନ କରିବେ ପ୍ରାର୍ଥୀ । ତା ସହିତ ଦଳ ମଧ୍ୟ ବିସ୍ତୃତ ସୂଚନା ପ୍ରଦାନ କରିବ । କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଲେ , ସେନେଇ ରାଜନୈତିକ ଦଳମଧ୍ୟ କାରଣ ଦର୍ଶାଇବେ ବୋଲି ରାଜୀବ କୁମାର କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *