Pratidin TV

Odisha's Digital News Platform

ଝିଅ ବାହାଘର ପାଇଁ ଘରେ ରଖିଥିଲେ ସୁନାଗହଣା , ଝରକା ଭାଙ୍ଗି ସବୁ ଲୁଟିନେଲା ଚୋର ..

ଝିଅର ବାହାଘର ପାଇଁ ବାପା ମାଆ କେତେ ସ୍ୱପ୍ନ ଦେଖିଥିଲେ । ବାହ।।ଘର ପାଇଁ ସବୁକିଛି କିଣି ସାରିଥିଲେ । ଆଉ ମାତ୍ର କେଇଟା ଦିନପରେ ଝିଅକୁ କନିଆଁ କରି ଝିଅକୁ ବିଦା କରିଥାନ୍ତେ । ହେଲେ ବାପାଙ୍କ ସ୍ୱପ୍ନ ଭାଙ୍ଗିିଦେଲା ଚୋର । ଘରେ କଳାକନା ବୁଲାଇଦେଲା ଚୋର । ରାତିରେ ଘରେ ଶୋଇଥିଲେ ଦମ୍ପତ୍ତି । ହେଲେ ସକାଳୁ ଉଠିଲା ବେଳକୁ ଘର ର ଝରକା ଓ ଗ୍ରୀଲ ତାଡି ଆଲମାରୀ ଭାଙ୍ଗି ଘରୁ ସବୁକିଛି ଲୁଟି ନେଇଛି ଚୋର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ତିଗିରିଆ ଥାନା ଅନ୍ତର୍ଗତ ନୂଆ ସଡକ ଛକରେ । ସୂଚନାନୁଯାୟୀ ଭଡାରେ ରୁହୁଥିଲେ ରାଜ କିଶୋର ମହାରଣା ଙ୍କ ପରିବାର ।

ସମସ୍ତେ ଖାଇ ପିଇ ଘରେ ଶୋଇଥିଲେ ରାତ୍ରି ଅନ୍ଧକାର ର ସୁଯୋଗ ନେଇ ଘରେ ପଶିଥିଲେ ଚୋର ସକାଳୁ ପାହିଲା ବେଳକୁ ସବୁ ଲୁଟିନେଲେ । ଶୋଇଥିବା ଅବସ୍ଥା ରେ ଘରେ କଳା କନା ବୁଲେଇ ଫେରାର ମାରିଲେ ଚୋର ସକାଳୁ ଉଠି ଦେଖିଲା ବେଳକୁ ସବୁକିଛି ବିଛାଡି ହୋଇପଡିଥିଲା ଘରଦ୍ୱାର । ଚୋର ମାନେ ପାଞ୍ଚ ଲକ୍ଷ ଟଙ୍କାର ସୁନାଗହଣା ସହିତ ନଗଦ ୮୦ ହଜାର ଟଙ୍କା ଓ ଘରବାଡ଼ି ପଟ୍ଟା ସବୁକିଛି ନେଇଯାଇଛନ୍ତି । ଏବେ ସ୍ୱର୍ବସ୍ୱ ହରାଇ ଭାଙ୍ଗି ପଡିଛନ୍ତି ପରିବାର । ଏବେ କେମିତି କରିବେ ଝିଅର ବାହାଘର । ଏନେଇ ପରିବାର ତରଫରୁ ତିଗିରିଆ ଥାନା ରେ ଏତଲା ଦେଇଛନ୍ତି । ପରେ ଘଟଣା ସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଏତଲା ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଲୁଟେରା ମାନଙ୍କୁ ଧରିବାରେ କେତେ ସଫଳ ହେଉଛି ପୋଲିସ ।

Leave a Reply

Your email address will not be published. Required fields are marked *