Pratidin TV

Odisha's Digital News Platform

ରହସ୍ୟମୟ ସ୍ଥାନ , ଯେଉଁଠି ବହିଥାଏ ଓଲଟା ପାଣି ..

1 min read

ଆଜିର ଯୁଗରେ ବିଜ୍ଞାନ ର ଅଗ୍ରଗତି କରି ସବୁ ଅସମ୍ଭ୍ୱକୁ ସମ୍ଭବ କରିପାରୁଛି ମଣିଷ । ଆଜି ମହାକାଶ ରେ ବି ଘର ତୋଳିବାକୁ ବାହାରିଲାଣି ମଣିଷ । ହେଲେ ଆଜିବି ପୁରା ଦୁନିଆ ରେ ଏମିତି ରହସ୍ୟ ରହିଛି ଯାହା ଆଗରେ ହାରିଯାଇଛି ବିଜ୍ଞାନ । ଯେଉଁ ରହସ୍ୟକୁ ଖୋଜି ବାହାର କରିପାରୁନି ବିଜ୍ଞାନ । ପ୍ରକୃତି ଦ୍ୱାରା କରାଯାଉଥିବା ଏହି ଅଦ୍ଭୁତ କରିସ୍ମା ଗୁଡିକ ପଛର କାରଣ ଆଜି ପର୍ଯ୍ୟନ୍ତ କେହି ଜାଣି ପାରି ନାହାନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ପାଣି ଉପରୁ ତଳକୁ ପ୍ରବାହିତ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଜାଗା ବିଷୟରେ କହିବାକୁ ଯାଉଛୁ ଯେଉଁଠି ପାଣି ଓଲଟା ବୋହିଥାଏ ।

ଛତିଶଗଡରେ ମୈନପାଟ ନାମକ ଏକ ଜାଗା ଅଛି ଯାହାକୁ ସେଠାକାର ସିମଲା ମଧ୍ୟ କୁହାଯାଏ । ମୈନପାଟ ତାହାର ପ୍ରାକୃତିକ ସୁନ୍ଦରତା, ତିବ୍ୱତୀ ଏବଂ ଜନଜାତୀୟ ସଂସ୍କୃତି ପାଇଁ ପରିଚିତ ଅଟେ । ତେବେ ସେଠାରେ ଏକ ସ୍ଥାନ ଅଛି ଯାହାର ନାମ “ଉଲଟା ପାନି” । ଏହି ଜାଗାରେ ପାଣି ଓଲଟା ପ୍ରବାହିତ ହୋଇଥାଏ । ତେବେ ଏହି ଜାଗାରେ ପାଣି କାହିଁକି ଓଲଟା ପ୍ରବାହିତ ହୋଇଥାଏ ତାହା ବୈଜ୍ଞାନିକମାନଙ୍କ ଭିତରେ ମଧ୍ୟ ଅଜଣା । ଉଲଟା ପାନି ନାମକ ଏହି ଜାଗା ଅମ୍ବିକାପୁର ଠାରୁ ୫୬ କିଲୋମିଟର ଦୂରରେ ବିସରପାଣି ନାମକ ଗ୍ରାମରେ ଅବସ୍ଥିତ । ସେଠିକାର କ୍ଷତ୍ରିୟ ଭାଷାରେ ବିସରପାଣିର ଅର୍ଥ ପାଣି ଝରିବା । ଏଠାରେ ପାଣି ରାସ୍ତାର କଡରେ ଥିବା ଚାଷ ଜମିର ଗୋଟିଏ କୋଣରୁ ଝରି ବିପରୀତ ଘାଟ ଆଡକୁ ପ୍ରବାହିତ ହୋଇଥାଏ । ପାଣିର ଏହି ଓଲଟା ଧାରା ପ୍ରାୟତଃ ୨ କିଲୋମିଟର ଲମ୍ବାରେ ପ୍ରବାହିତ ହୋଇଥାଏ । ଏଠି ଏହିଭଳି ପାଣି ପ୍ରବାହିତ ହେବା ଏକ ଆଶ୍ଚର୍ଯ୍ୟଜନକ କଥା ଅଟେ । ଭୌଗିଳିକବିଦ ମାନଙ୍କର ଅନୁସାରେ ଏଠାରେ ଏପରି ହେବାର କାରଣ ଗୁରୁତ୍ୱାକର୍ଷଣ ଏବଂ ଚୁମ୍ବକୀୟ ଅଟେ ।

Advertisement

Leave a Reply

Your email address will not be published. Required fields are marked *