Pratidin TV

Odisha's Digital News Platform

ପୂର୍ବତନ ସ୍ୱାମୀ ଦେଲେ ଏଫ୍‌ଆଇଆର୍ , ଗିରଫ ହେବେ ରାଖି ସାୱନ୍ତ ..

1 min read

ବଲିଉଡ ର ଡ୍ରାମାକୁଇନ ରାଖି ସାୱନ୍ତ ଓ ତାଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ୍ ଦୁରାନୀ ଙ୍କ ସମ୍ପର୍କରେ ପଡି ସାରିଛି ପୂର୍ଣ୍ଣଛେଦ ।ହେଲେ ପୂର୍ବତନ ସ୍ୱାମୀ ଆଦିଲ ଖାନ୍ ଦୁରାନୀ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଖବର ଚର୍ଚ୍ଚା ହେଉଥିଲା ଯେ ଆଦିଲ ଲୁଚି କରି ଦ୍ୱିତୀୟ ବିବାହ କରିଛନ୍ତି । ବିଗ୍ ବସର ପୂର୍ବତନ ପ୍ରତିଯୋଗୀ ସୋମି ଖାନଙ୍କୁ ସେ ବିବାହ କରିଥିବା ସାମ୍ନାକୁ ଆସିଥିଲା । ଖବର ସାମ୍ନାକୁ ଆସିବା ପରେ ନିଜର ବିବାହ ର ଖୁଲାସା କରିଥିଲେ ଆଦିଲ । ଏବଂ ଦ୍ୱିତୀୟ ବିବାହ କରି ସେ ଖୁସି ଥିବା କହିଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଆଦିଲ କହିଛନ୍ତି

ରାଖି ତାଙ୍କ ଜୀବନର ସବୁଠୁ ବଡ ଭୁଲ ଥିଲେ । ଏବେରକ୍ଷୀଙ୍କ ଗିରଫ ହେବା ନେଇ ମୁଁହ ଖୋଲିଛନ୍ତି ଆଦିଲ । ସେ କହିଛନ୍ତି ଯେ, “ରାଖିଙ୍କ ବିରୋଧରେ ମୁଁ ଏକାଧିକ ଏଫ୍‌ଆଇଆର୍ ଦାଖଲ କରିଛି । ସେଥିପାଣି ସେ ଜାଣିଶୁଣି ଦୁବାଇରେ ଅଛନ୍ତି । ଗତ ୪-୫ମାସ ହେଲାଣି ସେ ଦୁବାଇରେ ଅଛନ୍ତି, କାରଣ ସେ ଜାଣିଛନ୍ତି ଯେ, ଭାରତ ଆସିଲେ ତାଙ୍କୁ ୨ଘଣ୍ଟା ଭିତରେ ପୁଲିସ ଗିରଫ କରିବ । ମୁଁ କରିଥିବା ଏଫ୍‌ଆଇଆର୍ ପାଇଁ ସେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ଆବେଦନ ଗ୍ରହଣ ନକରିବାରୁ ସେ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ତାଙ୍କୁ କୌଣସି ସୁଫଳ ମିଳିବନାହିଁ ।”

ତେବେ ପୂର୍ବରୁ ମଧ୍ୟ ଆଦିଲ ଏକ ସାକ୍ଷାତକାରରେ ରାଖିଙ୍କୁ ନେଇ କହିଥିଲେ ଯେ, “ମୋର ଭଲ ଜୀବନ ବଞ୍ଚିବାର ଅଧିକାର ରହିଛି । ହେଲେ ରାଖିଙ୍କ ସହ ତାହା ସମ୍ଭବ ନଥିଲା । ସେ କାହାକୁ ଖୁସି ଦେଖିପାରିବେ ନାହିଁ । ତାଙ୍କ ସହ ରହୁଥିବା ଲୋକ କେବେ ବି ଖୁସିରେ ରହିପାରିବ ନାହିଁ । ମୁଁ ତାଙ୍କ ଭଳି ନୁହେଁ । ମୁଁ ଖୁସି ବିସ୍ତାର କରିବାକୁ ପସନ୍ଦ କରେ । ସୋମି ମୋ ଜୀବନରେ ହଜିଯାଇଥିବା ଖୁସି ଆଣିଦେଇଛନ୍ତି ଏବଂ ମୁଁ ତାଙ୍କ ସହିତ ଶାନ୍ତିପୂର୍ଣ୍ଣ ଜୀବନକୁ ଉପଭୋଗ କରୁଛି ।” ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାକ୍ଷୀ ଏନେଇ ମୁଁହ ଖୋଲି ନାହାନ୍ତି

Leave a Reply

Your email address will not be published. Required fields are marked *