Pratidin TV

Odisha's Digital News Platform

ବିବାହ ପରେ ହନିମୁନ୍ ରେ କେଉଁ ଜାଗା ଯିବେ ଅନନ୍ତ ରାଧୀକା , ଜାଣନ୍ତୁ କଣ ରହିଛି ଯୋଜନା ..

1 min read

ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବେ ଅନନ୍ତ । ଏଇ ନିକଟରେ ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଶେଷ ହୋଇଛି । ଯାହାପରେ ଚର୍ଚ୍ଚା ହେଉଛି ଯେ ଅନନ୍ତ ରାଧୀକାଙ୍କ ବିବାହ ପରେ କେଉଁଠି କରିବେ ହନିମୁନ୍ । ଲୋକମାନେ ଭାବୁଛନ୍ତି ଯେ ଯଦି ତାଙ୍କର ପ୍ରି-ୱେଡିଂ କାର୍ଯ୍ୟକ୍ରମ ବିଳାସପୂର୍ଣ୍ଣ ଥିଲା, ତେବେ ବିବାହରେ କ’ଣ ହେବ? ବିବାହ ପରେ ଅନନ୍ତ ରାଧିକା ହନିମୁନ୍ କୁଆଡେ ଯିବେ ସେନେଇ ଅଧିକ ଆଲୋଚନା ହେଉଛି । ଅନେକ ଲୋକ ବିବାହ ପରେ ଅମ୍ବାନୀ ପରିବାର କୁଆଡେ ଯାଆନ୍ତି ଗୁଗୁଲରେ ସର୍ଚ୍ଚ କରିବା ଆରମ୍ଭ କରିଛନ୍ତି । ତେବେ ଅମ୍ବାନୀ ପରିବାରର ଭ୍ରମଣ କରିବାର ଏକ ପରମ୍ପରା ରହିଛି , ଯାହା ଆଜି ବି ପାଳନ କରାଯାଉଛି । ଯଦି ଆପଣ ଭାବୁଛନ୍ତି ଯେ ନବ ବିବାହିତ ଦମ୍ପତି ବିବାହ ପରେ ସିଙ୍ଗାପୁର, ଦୁବାଇ କିମ୍ବା ଅନ୍ୟ କୌଣସି ବିଳାସମୟ ସ୍ଥାନକୁ ଯାଆନ୍ତି , ତାହା ସମ୍ପୂର୍ଣ୍ଣ ଭୁଲ୍ । ତେବେ ଆସନ୍ତୁ ଜାଣିବା ରାଧୀକା ଏବଂ ଅନନ୍ତଙ୍କ ହନିମୁନ୍ ସ୍ପଟ କେଉଁଠି ।

ଆଫ୍ରିକା-

Advertisement

ଏହି ତାଲିକାର ପ୍ରଥମ ନାମ ଆଫ୍ରିକା ଆସିଛି । ନବ ବିବାହିତ ଦମ୍ପତି ଅନନ୍ତ ଏବଂ ରାଧିକା ଦକ୍ଷିଣ ଆଫ୍ରିକା ଯିବାର ସମ୍ଭାବନା ରହିଛି ।
କାରଣ ବିବାହ ପରେ ଅମ୍ବାନୀ ପରିବାର ଆଫ୍ରିକାର ସୁନ୍ଦର ଉପତ୍ୟକାକୁ ନିଜ ବ୍ୟକ୍ତିଗତ ଜେଟରେ ଅତି କମରେ ୧୫ ଦିନ ଉପଭୋଗ କରନ୍ତି । ସେହିଠାରେ ସେମାନେ ସେମାନଙ୍କର ଗୁଣାତ୍ମକ ସମୟ ଅତିବାହିତ କରନ୍ତି । ବେସରକାରୀ ସଫାରି ଠାରୁ ଆରମ୍ଭ କରି ହେଲିକପ୍ଟର ପର୍ଯ୍ୟନ୍ତ ସମସ୍ତ ସୁବିଧା ୧୪ ଦିନ ହନିମୁନ୍ ଟୁର୍ ରେ ଉପଲବ୍ଧ । ଏହି ଭ୍ରମଣର ମୂଲ୍ୟ ପ୍ରାୟ ୧.୫ କୋଟି ଟଙ୍କା ।


ବୋରା ବୋରା ଆଇଲ୍ୟାଣ୍ଡ-


ଏହା ସହିତ ବୋରା ବୋରା ଆଇଲ୍ୟାଣ୍ଡ ମଧ୍ୟ ତାଲିକାରେ ରହିଛି । କାରଣ ବୋରା-ବୋରା ଆଇଲ୍ୟାଣ୍ଡ ଅମ୍ବାନୀ ପରିବାରର ହନିମୁନ୍‌ର ଗନ୍ତବ୍ୟସ୍ଥଳ ମଧ୍ୟରୁ ଅନ୍ୟତମ । ଏହା ଏକ ବ୍ଲକଲେକ ଆଇଲ୍ୟାଣ୍ଡ । ସିସିଲି ଦ୍ୱୀପ ମଧ୍ୟ ପୃଥିବୀର ସବୁଠାରୁ ମହଙ୍ଗା ହନିମୁନ୍ ଡେଷ୍ଟିନେସନ । ଏହା ଏକ ଆଗ୍ନେୟଗିରି ଦ୍ୱୀପ । ପ୍ରାୟ ୪୦ ବର୍ଷ ପୂର୍ବେ ଆଗ୍ନେୟଗିରି ଉଦ୍ଗୀରଣ ହେତୁ ଏହି ଦ୍ୱୀପ ସୃଷ୍ଟି ହୋଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଶହେରୁ ଅଧିକ ବେଳାଭୂମି ଅଛି । । ସେଠାକୁ ଯିବାକୁ ମଧ୍ୟ ଅନନ୍ତ ଏବଂ ରାଧିକା ଯୋଜନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଫିଜା ଆଇଲ୍ୟାଣ୍ଡ-


ଅମ୍ବାନୀ ପରିବାର ପ୍ରାୟତ ଫିଜା ଆଇଲ୍ୟାଣ୍ଡ ପରିଦର୍ଶନ କରିବାକୁ ପସନ୍ଦ କରନ୍ତି । ଯେଉଁଟାକି ଫିଜା ଆଇଲ୍ୟାଣ୍ଡ ଦମ୍ପତିମାନଙ୍କ ପ୍ରିୟ ଅଟେ । ଏଠାରେ ଅନେକ ବିଳାସପୂର୍ଣ୍ଣ ଏବଂ ପ୍ରାଇଭେଟ ଆଇଲ୍ୟାଣ୍ଡ ଅଛି । ଅନନ୍ତ ଅମ୍ବାନୀଙ୍କ ପରି ଜଣେ ଧନୀ ବ୍ୟକ୍ତି ନିଶ୍ଚିତ ଭାବରେ ତାଙ୍କ ହନିମୁନରେ ଏକ ଘରୋଇ ଆଇଲ୍ୟାଣ୍ଡ ବୁକ୍ କରିପାରିବେ । ଏହାକୁ ମିନି ହିନ୍ଦୁସ୍ତାନ କୁହାଯାଏ । ଏଠାରେ ଥିବା ଅଧିକାଂଶ ଲୋକ, ୩୭ ପ୍ରତିଶତ ହିନ୍ଦୀ କୁହନ୍ତି ।
ବ୍ରିଟିଶ ଭର୍ଜିନ ଆଇଲ୍ୟାଣ୍ଡ-


ଜାମାଇକା, ବାହାମା ଏବଂ ବାରବାଡୋସ୍ ଦ୍ୱୀପପୁଞ୍ଜ ସହିତ ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜ ଚାରୋଟି ବଡ଼ ଦ୍ୱୀପ ଏବଂ ୩୨ ଟି ଛୋଟ ଦ୍ୱୀପକୁ ନେଇ ଗଠିତ । ଏହି ଦ୍ୱୀପ ଡଙ୍ଗା, ସର୍ଫିଂ, ସ୍କୁବା ଡାଇଭିଂ ଏବଂ ଅନେକ ଦଃୁସାହସିକ କାର୍ଯ୍ୟ ପାଇଁ ବେଶ୍ ପ୍ରସିଦ୍ଧ । ସାଧାରଣତ ଏହି ସ୍ଥାନକୁ ସାର୍ ରିସର୍ଚ୍ଚ ବେନସନର ବ୍ୟକ୍ତିଗତ ଘର କୁହାଯାଏ । ଧଳା ବାଲି ଦ୍ୱାରା ଘେରି ରହିଥିବା ଏହି ସ୍ଥାନକୁ ହନିମନୁନ୍ ରେ ଯିବା ପାଇଁ ପ୍ରତ୍ୟକ ନବବିବାହିତା ସ୍ୱପ୍ନ ଦେଖିଥାନ୍ତି । ଏଠାରେ ଗୋଟିଏ ରାତିର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା । ତେବେ ବ୍ରିଟିଶ ଭର୍ଜିନ ଆଇଲ୍ୟାଣ୍ଡକୁ ଅନନ୍ତ ଏବଂ ରାଧିକା ହନିମୁନ୍ ଡେଷ୍ଟିନେସନ ଭାବେ ଚୟନ କରି ପାରନ୍ତି ।
ସିସିଲି ଦ୍ୱୀପ-


ସିସିଲି ଦ୍ୱୀପ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ବିଳାସପୂର୍ଣ୍ଣ ହନିମୁନ୍ ଗନ୍ତବ୍ୟସ୍ଥଳ । ହେଲେ ଅମ୍ବାନୀ ପରିବାର ପାଇଁ ଏହା ବଡ କଥା ନୁହେଁ । ଏଠାରେ ଥିବା ରିସୋର୍ଟଗୁଡିକ ଏତେ ବିଳାସପୂର୍ଣ୍ଣ ଯେ ସେମାନେ କେବଳ ହେଲିକପ୍ଟର ଯୋଗେ ପହଞ୍ଚି ପାରିବେ । ଏଠାରେ ଗୋଟିଏ ଦିନ ରହିବାର ମୂଲ୍ୟ ୩ ଲକ୍ଷ । ତେବେ ସେଠାକୁ ଯିବାକୁ ମଧ୍ୟ ଅନନ୍ତ ଏବଂ ରାଧିକା ଯୋଜନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *