Pratidin TV

Odisha's Digital News Platform

ଏହି ଶୋ’ ରେ ନିଜ ଦ୍ୱିତୀୟ ବିବାହ ଭାଙ୍ଗିବାର କାରଣ କହିବେ ଦଲଜିତ୍ କୌର !

1 min read

ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଦଲଜିତ୍ କୌର ତାଙ୍କ ପ୍ରଫେସନାଲ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଲାଇମଲାଇଟରେ ରହିଆସୁଛନ୍ତି | ବ୍ୟବସାୟୀ ନିଖିଲ ପଟେଲଙ୍କ ସହ ଦ୍ୱିତୀୟ ବିବାହ ପରଠାରୁ ଦଲଜିତ ଖବରରେ ଅଛନ୍ତି। କିନ୍ତୁ ଦ୍ୱିତୀୟ ବିବାହର କିଛି ସମୟ ପରେ ଦଲଜିତ ଏବଂ ନିଖିଲଙ୍କ ଅଲଗା ହେବାର ଖବର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ନିକଟରେ ଖବର ଆସିଥିଲା ​​ଯେ ଉଭୟ ଦଲଜିତ ଏବଂ ନିଖିଲ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଥିଲେ। ପରସ୍ପର ସହିତ ସମସ୍ତ ପୋଷ୍ଟଗୁଡିକ ମଧ୍ୟ କାଟିଦେଇଥିଲେ | କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି ଛାଡପତ୍ର ଖବରକୁ ନିଶ୍ଚିତ କରିନାହାଁନ୍ତି। କିନ୍ତୁ ବର୍ତ୍ତମାନ ଦଲଜିତଙ୍କ ବିଷୟରେ ଏକ ବଡ ଖବର ଆସୁଛି। ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ ସୋ ବିଗ୍ ବସ୍ ୧୮ ରେ ଦଲଜିତ୍ ପୁଣିଥରେ ଅଂଶଗ୍ରହଣ କରିପାରିନ୍ତି ।

Advertisement

ତେବେ ପୂର୍ବ ସୂଚନା ଆଧାରରେ ପୂର୍ବରୁ ଦଲଜିତ୍ କୌର ବିଗବସ ୧୩ରେ ନଜର ଆସିଥିଲେ | ବର୍ତ୍ତମାନ ଖବର ଆସୁଛି ଯେ ପୁଣି ଦଲଜିତ୍ କୌର ବିଗବସ OTT ୧୮ରେ ଆସିବାକୁ ଯାଉଛନ୍ତି | ସେ ଏହି ଶୋ ରେ ତାଙ୍କ ବିବାହ ବିଷୟରେ କିଛି କହିପାରିବେ | ନିଖିଲଙ୍କ ଠାରୁ ଅଲଗା ହେବା ବିଷୟରେ ଦଲଜିତ ଗଣମାଧ୍ୟମ ସହ କଥାବାର୍ତ୍ତା କରିନାହାଁନ୍ତି କିନ୍ତୁ ଲାଗୁଛି ଯେ ତାଙ୍କୁ ବିଗ୍ ବସ୍ ରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *