Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ ଲଞ୍ଚ ହେଲା ୨୭ ଟି ଆପ୍ ,ଏଥର ଦାଗୀ ନେତାଙ୍କ ରେକର୍ଡ ଜାଣିବେ ଭୋଟର …

1 min read

ଏଣିକି ନେତାଙ୍କ ରେକର୍ଡ ରହିବ ମତଦାତାଙ୍କ ପାଖରେ । ଏପରିକି ତାଙ୍କର ବ୍ୟକ୍ତିଗତ ତଥ୍ୟ ଜାଣିପାରିବେ ଭୋଟର । ହେବାକୁ ଥିବା ଚଲିତ ଲୋକସଭା ନିର୍ବାଚନରେ ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ଥିବା ବ୍ୟକ୍ତିଙ୍କ ସବୁ ସମସ୍ତ ତଥ୍ୟ ଜାଣିପାରିବେ ଭୋଟର । ଅପରାଧିକ ରୋକର୍ଡ, ସମ୍ପତ୍ତି ଓ ଋଣ ବିଷୟରେ ସମସ୍ତ ତଥ୍ୟ ଦେବେ ପ୍ରାର୍ଥୀ । ‘ନୋ ଇଓର କ୍ୟାଣ୍ଡିଡେଟ’ (KYC) ଆପରେ ଏହି ସମସ୍ତ ତଥ୍ୟ ଉପଲବ୍ଧ କରାଯିବ । ଏହି ନୂଆ ମୋବାଇଲ ଆପକୁ ଲଞ୍ଚ କରାଯାଇଥିବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ” Know Your Candidateନାମକ ଏକ ନୂତନ ମୋବାଇଲ୍ ଆପ ଲଞ୍ଚ କରିଛି । ଯାହା ଦ୍ୱାରା ମତଦାତା ମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେବାକୁ ଥିବା ବ୍ୟକ୍ତିଙ୍କ ନାମରେ କୌଣସି ଅପରାଧିକ ମାମଲା ଅଛି ନା ନାହିଁ ତାହା ଜାଣିବାରେ ସକ୍ଷମ ହେବେ ।

ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଡାଉନଲୋଡ୍ ପାଇଁ ଏହି ଆପ ଉପଲବ୍ଧ କରାଯାଇଛି । ଭୋଟରମାନେ ସେମାନଙ୍କ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ, ତଥା ସେମାନଙ୍କ ସମ୍ପତ୍ତି ଏବଂ ଋଣ ବିଷୟରେ ଜାଣିବାର ଅଧିକାର ଅଛି । ତେଣୁ ଏହି ଆପ ଲଞ୍ଚ କରାଯାଇଛି । ଏହାସହ ଲୋକଙ୍କ ପାଇଁ ନିର୍ବାଚନ ପ୍ରକ୍ରିୟାକୁ ସରଲ କରିବା ପାଇଁ ୨୭ଟି ଆପ୍ ଲଞ୍ଚ କରାଯାଇଛି । ଏହି ଆପ୍ ବହୁତ ଉପଯୋଗୀ ବୋଲି ପ୍ରମାଣ କରିବାକୁ ଯାଉଛି । ନିରପେକ୍ଷ ନିର୍ବାଚନ ପରିଚାଳନାରେ ଏହି ଆପ୍ ଏକ ବଡ଼ ଭୂମିକା ଗ୍ରହଣ କରିବ । ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହି ନୂତନ ଆପ ଲଞ୍ଚ କରାଯାଇଛି ।

ଶନିବାର ଦେଶରେ ଲୋକସଭା ନିର୍ବାଚନ ସହ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ଦେଶରେ ମୋଟ ମୋଟ ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ୧୯ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବାକୁ ଥିବା ବେଳେ ଜୁନ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟର ଭୋଟିଂ ହେବ । ୪ ତାରିଖରେ ଫଳାଫଳ ପ୍ରକାଶିତ ହେବ ।

Leave a Reply

Your email address will not be published. Required fields are marked *