Pratidin TV

Odisha's Digital News Platform

୩୦ ବର୍ଷ ପରେ ପୁରୀରେ ପାଦ ଦେଲେ ମା’ସୀତା , କହିଲେ ମହାପ୍ରଭୁଙ୍କ ଡୋରି ଲାଗିଲା ବୋଲି ଆସିଲି ।

1 min read

ଜଗନ୍ନାଥ ପୁରୀ ମନ୍ଦିରରେ ପାଦ ଦେଲେ ମା ସୀତା । ୯୦ ଦଶକର ରାମନନ୍ଦ ସାଗର ପ୍ରେଜେଣ୍ଟ ରାମାୟଣରେ ଅରୁଣ ଗୋଭିଲ ରାମ ଭୂମିକାରେ ନଜର ଆସିଥିବା ବେଳେ ସୀତା ଭୂମିକାରେ ନଜର ଆସିଥିôଲେ ଦୀପିକା ଚିଖଲିଅ।। । ତେବେ କୋରନା ସମୟରେ ରାମାୟଣର ରିଟେଲିକାଷ୍ଟ ହୋଇଥିଲା । ଠିକ୍ ଏହି ସମୟରେ ହିଁ ପୁଣି ପରଦାକୁ ଫେରିଥିଲେ ଅରୁଣ ଗୋଭିଲ ଏବଂ ଦୀପିକା ଚିଖଲିଆ । ପରେ ପରେ ଦୁହେଁ ପୁଣି ପ୍ରଶଂସକଙ୍କ ମନ ଜିଣିଥିଲେ ଆଉ ଚର୍ଚ୍ଚାକୁ ଆସିଥିଲେ ।

ଏହାପରେ ଦୁହିଁଙ୍କ ନା ପ୍ରତ୍ୟକ ଦିନ ହେଡ୍‌ଲାଇନ୍‌ରେ ରହୁଛି । ତେବେ ନିକଟରେ ଅରୁଣ ଗୋଭିଲ ଓଡିଶା ଆସିଥିବା ବେଳେ ରବିବାର ନିଜ ସ୍ୱାମୀଙ୍କ ସହ ଶ୍ରୀକ୍ଷେତ୍ର ପୁରୀରେ ନଜର ଆସିଥିଲେ ମା ସୀତା ଅର୍ଥାତ୍ ଦୀପିକା ଚିଖଲିଆ । ପୁରୀରେ ପହଞ୍ଚି ସେ କହିଥିଲେ ଯେ ମହାପ୍ରଭୁଙ୍କ ଡୋରି ଲାଗିବାରୁ ଜଗନ୍ନାଥଙ୍କ ଦର୍ଶନ କରିପାରିଲି । ଆମେ ସବୁ ସନାତନି ଆମକୁ ସନାତନି ଧର୍ମକୁ ଅନୁସରଣ କରିବା କଥା । ପୁରୀ ଆସି ମୋତେ ବୋହୁତ ଖୁସି ଲାଗୁଛି ।

Advertisement

Leave a Reply

Your email address will not be published. Required fields are marked *