Pratidin TV

Odisha's Digital News Platform

ପଛ ସିଟ୍‌ରେ ବସିଲେ ବି ବାନ୍ଧିବାକୁ ପଡିବ ସିଟ୍ ବେଲ୍ଟ , ନହେଲେ ଗଣିବେ ମୋଟା ଅଙ୍କର ଜୋରିମାନା ..

1 min read

ଏବେ କାର୍ ର ପଛ ସିଟ୍ ରେ ବସିଲେ ବି ସିଟ୍ ବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ । ଯଦି ପଛ ସିଟ୍ ରେ ସିଟ୍ ବେଲ୍ଟ ବାନ୍ଧିବେ ତାହେଲେ ବାଜିବ ଆର୍ଲାମ ଗଣିବେ ମୋଟା ଅଙ୍କର ଟଙ୍କା । କାରଣ ଗାଡ଼ି ଚାଳକଙ୍କ ସହିତ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅଟୋ ନିର୍ମାତା କମ୍ପାନୀମାନଙ୍କ ପାଇଁ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଛି । ଜାରୀ ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ୨୦୨୫ ଏପ୍ରିଲ ୧ରୁ ବିକ୍ରି ହେବାକୁ ଥିବା କାରରେ ପଛ ସିଟ୍ ପାଇଁ ଆଲାର୍ମ ଶବ୍ଦକୁ ବାଧ୍ୟତାମୂଳକ କରାଯାଇଛି । ଏହି ନିୟମର ଉଲ୍ଲଂଘନ କଲେ କେନ୍ଦ୍ରୀୟ ମୋଟେର ଯାନ ନିୟମ (CMVR)ର ନିୟମ ୧୩୮(୩) ଅନୁଯାୟୀ ଏହି ନିୟମର ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।


ସିଟ୍ ବେଲ୍ଟ ଆଲାର୍ମ ଏକ ଜରୁରୀ ବୈଶିଷ୍ଟ୍ୟ । ଏହି ସୁରକ୍ଷା ବୈଶିଷ୍ଟ୍ୟ କାରରେ ବସିଥିବା ଯାତ୍ରୀଙ୍କୁ ଏକ ବିପିଙ୍ଗ୍ ସାଉଣ୍ଡ ସହିତ ସିଟ୍ ବେଲ୍ଟ ପିନ୍ଧିବାକୁ ଚେତାବନୀ ଦେଇଥାଏ ଏବଂ ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ପର୍ଯ୍ୟନ୍ତ ଏହି ଶବ୍ଦ ବନ୍ଦ ହୁଏ ନାହିଁ । ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଜ୍ଞପ୍ତି କେବଳ ପଛ ସିଟ୍ ବେଲ୍ଟ ଆଲାର୍ମ ପାଇଁ, ଏହା ବ୍ୟତୀତ ଅନ୍ୟ କୌଣସି ନୂତନ ବ୍ୟବସ୍ଥା କରାଯାଇ ନାହିଁ । ଗାଡ଼ିରେ ପଛରେ ଯେଉଁ ଯାତ୍ରୀ ଆଗକୁ ମୁହଁ କରି ବସୁଥିବେ ସେମାନେ ସିଲ୍‌ଟ ବେଲ୍‌ଟ ପିନ୍ଧିବା ବାଧ୍ୟତାମୂଳକ । ଯଦି ଯାତ୍ରୀ ଏହାକୁ ନମାନ୍ତି ତେବେ ଗାଡ଼ି ଚାଳକଙ୍କ ଠାରୁ ହଜାରେ ଟଙ୍କା ଜରିମାନା ଆଦାୟ ହେବ । ଅଧିକାଂଶ ଲୋକମାନେ ଏହି ନିୟମ ବିଷୟରେ ଅନବିଜ୍ଞ କିମ୍ବା ଏହାକୁ ଅଣଦେଖା କରିଥାନ୍ତି । ସୂଚନାଯୋଗ୍ୟ ଯେ ସଡକ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ କାରର ପଛ ସିଟରେ ବସିଥିବା ଲୋକମାନଙ୍କ ପାଇଁ ସିଟ୍ ବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *