Pratidin TV

Odisha's Digital News Platform

ବ୍ରିଜ୍ ତଳକୁ ଖସିଲା ବରଯାତ୍ରୀ ଗାଡି ; ୨ ମୃତ , ୩୦ ରୁ ଅଧିକ ଆହତ ।

1 min read

କୋରାପୁଟ ; ଭୟଂକର ସଡ଼କ ଦୁର୍ଘଟଣାରେ ୨ ମୃତ । କୋରାପୁଟ ଜିଲ୍ଳା କୁନ୍ଦ୍ରା ବ୍ଲକ୍ ଅନ୍ତର୍ଗତ ଖଟଲାପଦର୍ କୋଲାବ୍ ବ୍ରିଜ ନିକଟରେ ଘଟିଯାଇଛି ଭୟଂକର ସଡକ ଦୁର୍ଘଟଣା।

ମିଳିଥିବା ସୂଚନା ଅନୁସାରେ ଲୋକ ବୋଝେଇ ହୋଇଥିବା ବରଯାତ୍ରୀ ଗାଡ଼ିଟି କୁନ୍ଦ୍ରା ବ୍ଲକ ଠାରୁ କୋଟପାଡ ଅଭିମୁଖେ ଯାଉଥିବା ବେଳେ ଖଟଲାପଦର୍ ବ୍ରିଜ ନିକଟରେ ଅଣାୟତ ହୋଇ ବ୍ରିଜ ତଳକୁ ଖସିପଡିଥିଲା । ଯାହାଦ୍ଵାରା ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି।

Advertisement

ଘଟଣାରେ ଗାଡ଼ି ଭିତରେ ୬୦ ରୁ ଉର୍ଦ୍ଧ ଲୋକ ଯାତ୍ରା କରୁଥିବା ଅନୁମାନ ଲଗାଯାଇଛି। ଘଟଣା ସ୍ଥଳରେ କୁନ୍ଦ୍ରା ପୋଲିସ୍ ଏବଂ ଅଗ୍ନିଶମ କର୍ମଚରୀ ମାନେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ଆହତଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଗୁରୁତର ମାନଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *