Pratidin TV

Odisha's Digital News Platform

ନିର୍ବାଚନୀ ଅନିୟମିତତା ମାମଲା: ହାଇକୋର୍ଟର ରାୟକୁ ଚ୍ୟାଲେଞ୍ଜ କଲେ ମହମ୍ମଦ ମୋକିମ ..

1 min read

ହାଇକୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ୨୦୧୯ ରେ ମୋକିମଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରିଥିଲା ହାଇକୋର୍ଟ । ତେବେ ହାଇକୋର୍ଟର ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମହମ୍ମଦ ମୋକିମ । ଓଡ଼ିଶା ହାଇକୋର୍ଟର ରାୟ ଉପରେ ରହିତାଦେଶ ଲଗାଇବା ପାଇଁ ସେ ଆବେଦନରେ ପ୍ରାର୍ଥନା କରିଛନ୍ତି ।

ସୂଚନାଯୋଗ୍ୟଯେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ୨୦୧୯ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରି ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ହେଲେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ନେଇ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ଯାହାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏହି ମୋକିମଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରିଥିଲା । ଯାହାକୁ ନେଇ ଆଜି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମୋକିମ ।

Advertisement

Leave a Reply

Your email address will not be published. Required fields are marked *