Pratidin TV

Odisha's Digital News Platform

ଗିରଫ ପରେ ଜେଲ୍ ଗଲେ ଏଲଭିଶ ଯାଦବ ସାମ୍ନାକୁ ଆସିଲା ଭିଡିଓ ..

1 min read

ଗିରଫ ପରେ ଜେଲ୍ ଗଲେ ବିଗ୍ ବସ୍ ଓଟିଟି ବିଜେତା ଏଲଭିଶ ଯାଦବ । ପାର୍ଟିରେ ସାପ ବିଷ ଚାଲାଣ ନେଇ ଗିରଫ ହୋଇଥିବା ଏଲଭିଶ ଯାଦବଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି କୋର୍ଟ । ନୋଏଡା ଡିସିପି ବିଦ୍ୟା ସାଗର ମିଶ୍ର କହିଛନ୍ତି ଯେ ନୋଏଡା ପୋଲିସ ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଦିଲ୍ଲୀ-ଏନସିଆରରେ ପାର୍ଟିରେ ମନୋରଞ୍ଜନ ପାଇଁ ସାପ ବିଷ ଦେବା ଅଭିଯୋଗରେ ଯାଦବଙ୍କ ସହ ଅନ୍ୟ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏ ନେଇ ଜଣେ ପଶୁ କଲ୍ୟାଣ କର୍ମୀ ଅଭିଯୋଗ କରିଥିଲେ ।

ଏହି ମାମଲାରେ ପୁଲିସ ପୂର୍ବରୁ ମଧ୍ୟ ଏଲଭିଶ ଯାଦବଙ୍କୁ ପଚରାଉଚରା କରିଥିଲା ଏବଂ ମାମଲାର ତଦନ୍ତ ଚାଲିଥିଲା । ତେବେ ଏହି ୟୁଟ୍ୟୁବରଙ୍କ ଗିରଫ ପରେ ସାମ୍ନାକୁ ଆସିଛି ଭିଡିଓ । ଯେଉଁ ଭିଡିଓ ରେ ପୋଲିସ ଟିମ୍ ସହ ହସୁଥିବା ଦେଖିବାକୁ ମିଳୁଛି । ତେବେ ଆଗୁକ ୟୁଟ୍ୟୁବରଙ୍କ ଅଡୁଆ ବଢିପାରେ । ଏହା ଏଲଡିସିପ୍ ଆକ୍ଟ ଅନୁସାରେ ଜେଲ୍ ମଧ୍ୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *