Pratidin TV

Odisha's Digital News Platform

ରେଳ ପ୍ରକଳ୍ପକୁ ବିରୋଧ କରି କେନ୍ଦୁଝରରେ ଟ୍ରକ ମାଲିକ ସଂଘଙ୍କ ୨୪ ଘଣ୍ଟିଆ ବନ୍ଦ ପାଳନ

1 min read

କେନ୍ଦୁଝରରେ ଚକ, ଅଖ ବନ୍ଦ। ରେଳ ପ୍ରକଳ୍ପକୁ ବିରୋଧ କରି କେନ୍ଦୁଝରରେ ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛି ଟ୍ରକ ମାଲିକ ସଂଘ। କେନ୍ଦୁଝରଗଡ଼ ଷ୍ଟେସନରେ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ଼ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ କଲେ ଜିଲ୍ଲା ଟ୍ରକ୍‌ ମାଲିକ ସଂଘର ସଦସ୍ୟ । ଆଜି ଜିଲା ଟ୍ରକ ମାଲିକ ସଂଘ କେନ୍ଦୁଝର ବନ୍ଦ କରିଛ, ଟ୍ରକ, ବସ , ଟ୍ରେନ ସହ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକୁ ବନ୍ଦ କରାଯିବା ସହିତ, ଅତ୍ୟାବଶ୍ୟକ ଯାନ ଗୁଡିକୁ ଛଡା ଯାଉଛି, କେନ୍ଦୁଝର ରେଳ ଷ୍ଟେସନ ସମେତ, ଜିଲାପାଳ ଅଫିସ, ଗାନ୍ଧୀ ଛକ,ଓଏମ୍ସି ଶୁଆକାଠି, ସହିତ ଜିଲାର ବିଭିନ୍ନ ସ୍ଥାନରେ ବନ୍ଦ କରାଯାଇଛି |

ତେବେ କେନ୍ଦୁଝର ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କା ବଜେଟ ରେ ବ୍ୟୟ ବରାଦ ପରେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ହୋଇଥିଲା । ଯାହାକି ସିଧା ସଳଖ କେନ୍ଦୁଝର ଜିଲ୍ଲାର ଭାତ ହାଣ୍ଡି କୁହା ଯାଉଥିବା ଟ୍ରକ ବ୍ୟବସାୟ ଭୂଷୁଡି ପଡ଼ିବାକୁ ଯାଉଅଛି । ତାହାକୁ ବିରୋଧ କରି ଯାନବାହାନ ଚଳାଚଳ ବନ୍ଦ ହୋଇଛି। ସହରରେ ଦୋକନ ବଜାର ବନ୍ଦ ରହିବା ସହ ବସ୍ ଚଳାଚଳ ଠପ ହୋଇଛି। ଟ୍ରକ, ବସ , ଟ୍ରେନ ସହ ସରକାରୀ, ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ହୋଇଛି।

Advertisement

ଟ୍ରକ ବ୍ୟବସାୟ ଉପରେ କେନ୍ଦୁଝରର ଅର୍ଥନୀତି ନିର୍ଭର କରୁଥିବା ବେଳେ ଟ୍ରେନ ରେ ଓଏମ୍ସି ଶୁଆକାଠି ଲୁହାପଥର ପରିବହନ ହେଲେ ଜିଲ୍ଲାର ୩୦ ହଜାର ଟ୍ରକ ମାଲିକଙ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୩ ଲକ୍ଷ ଲୋକ
ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ବୋଲି କହିଛନ୍ତି ଟ୍ରକ ମାଲିକ ସଂଘ କର୍ମକର୍ତ୍ତା | ଆଜିର ଏହି ବନ୍ଦକୁ ବସ ମାଲିକ ସଂଘ,ବଣିକ ସଂଘ ସହ ୧୫ ଉର୍ଦ୍ଧ୍ବ ବିଭିନ୍ନ ସଙ୍ଗଠନ ଦେଇଛନ୍ତି ସମର୍ଥନ ।

Leave a Reply

Your email address will not be published. Required fields are marked *