Pratidin TV

Odisha's Digital News Platform

ପୋଲିସ ବାବୁ ଏମିତି କାମ କଲେ , ଲୋକେ ହୋଇଗଲେ ଫ୍ୟାନ୍ ।

1 min read

ବାଲେଶ୍ୱର ; ପୋଲିସ …. ଏ ନାଁ ଶୁଣିବା ମାତ୍ରେ ଡର ଭୟ ଆତଙ୍କ ଖେଳିଯାଏ। କଣ ପାଇଁ ପୋଲିସ ସହିତ ସେମାନେ କଥାବାର୍ତା ହେବେ, ପୋଲିସ ସେମାନଙ୍କୁ ସହଯୋଗ କରିବ କି ନାହିଁ, ପୋଲିସ ସେମାନଙ୍କୁ ଡରେଇବ କି? ମାଡ଼ ମାରିବ କି? ପୋଲିସ ସେମାନଙ୍କୁ ଧମାକାଇବ କି? ବା ଯଦି କୌଣସି ଅଭିଯୋଗ ନେଇ ପୋଲିସ ଙ୍କ ପାଖକୁ ଯାନ୍ତି ତାହାଲେ ସହଯୋଗ କରିବା କି ନାହିଁ ପୋଲିସ? ଏ ପ୍ରଶ୍ନ ପ୍ରତ୍ୟେକ ଟି ସାଧାରଣ ଲୋକଙ୍କ ମନରେ ଆସେ ଆଉ ସେଇଥି ପାଇଁ ଅନେକ ସମୟରେ ପୋଲିସ ଜନତା ଙ୍କ ସହିତ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥାଏ। ଯାହା ଫଳରେ ଗୋଟିଏ ସୁ-ସମ୍ପର୍କ ସ୍ଥାପନ ହୋଇ ପାରିବ। ଆଜି ଆମେ ଆପଣଙ୍କୁ ସେଇ ଭଳି ଜଣେ ପୋଲିସ ଅଧିକାରୀ ଙ୍କ ବିଷୟରେ କହିବୁ ଯାହାଙ୍କ ବିଷୟରେ ଜାଣିଲେ ଆପଣ ମଧ୍ୟ ବେଶ ଖୁସି ଅନୁଭବ କରିବେ । ସମ୍ପୃକ୍ତ ଅଧିକାରୀ ଙ୍କୁ ଦେଖିଲେ ଅପରାଧୀ ଙ୍କ ଗୋଡ଼ ହାତ ଥରିବାକୁ ଲାଗେ। କିନ୍ତୁ ତାଙ୍କର ଲୋକଙ୍କ ପ୍ରତି ସେବା ଓ ଭଲପାଇବା ପାଇଁ ସେ ଖୁବ ପ୍ରସଙ୍ଗଶିତ । ଯାହା ପାଇଁ ସେ ପୁରା ଅଞ୍ଚଳରେ ହିରୋଇ ବନିଯାଇଛନ୍ତି ପୋଲି ବାବୁ । ଆଉ ସାଧାରଣ ଜନତା ତାଙ୍କ ଫ୍ୟନ୍ ।

ଗୋଟେ ପଟେ ଚାଲିଥିଲା ଶବ ରଖି ରାସ୍ତା ରୋକ ଅନ୍ୟପଟେ ସାମ୍ନାକୁ ଆଉ ଏକ ସୁନ୍ଦର ଦୃଶ୍ୟ।ଆଉ ପୋଲିସ ର ଏହି ସୁନ୍ଦର ଦୃଶ୍ୟ ଦେଖି ସହ ସହ ଲୋକଙ୍କ ପ୍ରଶଂସା କହିଲେ ନ ସରେ। ଏ ପୋଲିସ ବାବୁ ଜଣକ ହେଉଛନ୍ତି ଜଳେଶ୍ୱର ଥାନାର କାର୍ଯ୍ୟରତ ସବ ଇନ୍ସପେକ୍ଟର ଚିରଞ୍ଜିବୀ ରାଉତ ।

ସୂଚନା ମୁତାବକ ଜଳେଶ୍ୱର ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ପୁରୁଷୋତ୍ତମ ଜେନା ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ ହୋଇଥିଲା । କ୍ଷତିପୂରଣ ଦାବିରେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ସମ୍ମୁଖରେ ରାସ୍ତା ରୋକ ସମୟରେ ଗାଡି ଚଳାଚଳ ପୁରା ଠପ ହୋଇଥିଲା । ଏହି ସମୟରେ ଜୈନିକ ପକ୍ଷଘାତରେ ପୀଡିତ ଜଣେ ବୃଦ୍ଧ ଡାକ୍ତର ପରାମର୍ଶ ପାଇଁ ଆସି ଭିଡରେ ଫସିଥିଲେ। ଏ ନେଇ ବୃଦ୍ଧଙ୍କ ପରିବାର ଲୋକେ ଅଧିକାରୀଙ୍କୁ କହିବା ପରେ ସେ ଅନ୍ୟ ଷ୍ଟାଫ ସହଯୋଗରେ ବୃଦ୍ଧ ଜଣକୁ ଡାକ୍ତରଙ୍କ ପାଖରେ ପହଞ୍ଚାଇଥିଲେ। ଏହି ଭଳି କାର‌୍ୟ୍ୟକୁ ଦେଖ୍ ଉପସ୍ଥିତ ଲୋକେ ଖୁବ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *