Pratidin TV

Odisha's Digital News Platform

ପାଠପଢା ଚାଲିଥିବା ବେଳେ ବଜ୍ରପାତ : ୧୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର

1 min read

ଭୁବନେଶ୍ୱର : ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଆଜି ଗଭୀର ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ମଧ୍ୟ ଦେଖାଦେଇଛି । ସେହିଭଳି ଆଜି ବଜ୍ରପାତ ପ୍ରଭାବରେ ଏକ ଅଭାବନିୟ ଘଟଣା ଦେଖାଦେଇଛି ଦେଓଗଡ ଜିଲ୍ଲାରେ ।

ସୂଚନା ଅନୁଯାୟୀ ଘଟଣାଟି ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ପୁଟୁରାପଶି ୟୁପି ସ୍କୁଲର । ଆଜି ଏହି ସ୍କୁଲରେ ବର୍ଷା ଯୋଗୁ ପିଲାକମ୍ ଆସିଥିବାରୁ ଶିକ୍ଷକ ଉଭୟ ପଞ୍ଚମ ଓ ଷଷ୍ଠ ଶେଣ୍ରୀ ଛାତ୍ରଛାତ୍ରୀଙ୍କୁ ଏକତ୍ର ଗୋଟିଏ ଶ୍ରେଣୀରେ ବସାଇ ପାଠ ପଢାଉ ଥିଲେ । ଏହି ସମୟରେ ହଠାତ୍ ବଜ୍ରପାତ ପଡିଥିଲା ଶ୍ରେଣୀକକ୍ଷ ଉପରେ । ବଜ୍ରପାତ ପ୍ରଭାବରେ ଶ୍ରେଣୀ ଗୃହର ଛାତ କଣା ହୋଇଯିବା ସହ ସମସ୍ତ ଲାଇଟ୍ ଓ ଫ୍ୟାନ୍ ମଧ୍ୟ ପୋଡିଯାଇଥିଲା । ଏହା ସହ ସେଠାରେ ଉପସ୍ଥିତ ଥିବା ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା ।

Advertisement

ସ୍କୁଲରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଇବାରୁ ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରଛାତ୍ରୀ ସୁସ୍ଥ ହୋଇଯାଇଥିଲା ବେଳେ ବାକି ୭ ଜଣ ହାତ ,ଗୋଡ,କାନ ଠିକ୍‌ରେ କାମ କରୁନଥିଲା । ଏନେଇ ସ୍କୁଲର ପ୍ରଧାନ ଶିକ୍ଷକୟତ୍ରୀ ଆମ୍ବୁଲାନ୍ସକୁ ଫୋନକରି ସେ ସମସ୍ତଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।

Leave a Reply

Your email address will not be published. Required fields are marked *