Pratidin TV

Odisha's Digital News Platform

ମାତିଛନ୍ତି ଲୁଟେରା; ପଇଡ ପାଣିରେ ନିଶା ଦେଇ ୨ ମହିଳାଙ୍କ ସୁନା ଗହଣା କଲେ ଲୁଟ

1 min read

ମହିଳାଙ୍କୁ ଡାକି ନେଇ ନିଶା ମିଶାଇ ପଇଡ଼ ଦେଲେ | ପରେ ମହିଳା ଅଚେତ ଅବସ୍ଥାରେ ସୁନା ଲୁଟିଲେ | ଏପରି ଘଟଣା ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଳା ଅଞ୍ଚଳରେ ଜଣେ ବୟସ୍କା ମହିଳାଙ୍କୁ ପଇଡ଼ରେ ନିଶା ଦେଇ ଅଳଙ୍କାର ଲୁଟ କରିଥିବା ପର୍ଦ୍ଦାଫାଶ କରିଛି ଧନୁପାଲି ପୋଲିସ l ଏହି ଘଟଣାରେ ସମ୍ପୃକ୍ତି ଥିବା ୨ ଜଣ ମହିଳାଙ୍କୁ ଗିରଫ କରାଯାଇ ଲୁଟ ହୋଇଥିବା ସୁନା ଅଳଙ୍କାରକୁ ମଧ୍ୟ ପୋଲିସ ଉଦ୍ଧାର କରିଛି l ଏନେଇ ଧନୁପାଲି ଥାନାରେ ପୋଲିସ ଏସଡିପିଓ ଏକ ପ୍ରେସମିଟ କରି ଅଧିକ ସୂଚନା ପ୍ରଦାନ କରିଥିଲେ l ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗୋବିନ୍ଦତୋଳା ଅଞ୍ଚଳର ମନୋରମା ଆଚାର୍ଯ୍ୟ ନାମକ ଜଣେ ବୟସ୍କା ମହିଳା ବଜାରକୁ ଫଳ କିଣି ବାକୁ ଯାଇଥିବା ବେଳେ ଗୋବିନ୍ଦତୋଳା ସ୍ଥିତ ରାଣୀସତୀ ମନ୍ଦିର ପୂଜକଙ୍କ ସ୍ତ୍ରୀ ଓ ଝିଆରୀ ମନ୍ଦିରକୁ ଡାକି ନେଇ ନିଶା ମିଶା ଯାଇଥିବା ପଇଡ଼ ପାଣିକୁ ମନୋରମାଙ୍କୁ ଅତି ଚତୁରତା ସହ ପିଆଇଥିଲେ l ପରେ ମନୋରମା ଅଚେତ ହେବା ପରେ ସେ ପିନ୍ଧିଥିବା ସୁନା ଗହଣାକୁ ଲୁଟ କରିଥିବା ସୂଚନା ମିଳିଛି l ଏହି ଘଟଣାରେ ପୋଲିସ ମନ୍ଦିର ପୂଜକଙ୍କ ସ୍ତ୍ରୀ ମଞ୍ଜୁଲତା ପାଢ଼ୀ ଓ ଝିଆରୀ ଅନୁକାନ୍ତି ମିଶ୍ର ଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *