Pratidin TV

Odisha's Digital News Platform

ଅନନ୍ତ ରାଧୀକାଙ୍କ ପ୍ରିୱେଡିଂରେ ଝଗଡା ଲାଗିଲେ ଶାହରୁଖ ସଲମାନ , ଭିଡିଓ ହେଲା ଭାଇରଲ ..

1 min read

ଏଇ ଏଇ ନିକଟରେ ସରିଛି ଅନନ୍ତ ରାଧୀକାଙ୍କ ପ୍ରିୱେଡିଂ । ଯାହା ଏବେ ଚର୍ଚ୍ଚାର ସିରୋନାମା ପାଲଟିଛି । ଅନନ୍ତ ରାଧୀକାଙ୍କ ପ୍ରିୱେଡିଂରେ ଜାମନଗରରେ ଲାଗିଥିଲା ତାରକାଙ୍କ ଭିଡ । ଦେଖିବାକୁ ମିଳିଥିଲା ସେଲିବ୍ରେଟିଙ୍କ ଜଲୱା । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଦେଖିବାକୁ ମିଳୁଛି । ହେଲେ ଏହି ପ୍ରିୱେଡିଂ ସାମାରୋହରେ ଝଗଡା ଲାଗିଛନ୍ତି ସଲମାନ ଏବଂ ଶାହରୁଖ । ଯାହାର ଭିଡିଓ ସୋଶିଆଲ ମିଡିଆରେ ଦେଖିବାକୁ ମିଳିଛି । ତେବେ ଭିଡିଓରେ ଦେଖିବାକୁ ମିଳୁଛି ସେମାନଙ୍କ ଝଗଡା ସମୟରେ ଅମିରଖାନ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ସୂଚନାନୁଯାୟୀ ସଲ୍‌ମାନ, ଆମୀର ଓ ଶାହରୁଖ୍ ମଞ୍ଚରେ ଏକା ସହ ନାଚିବେ ବୋଲି ପ୍ରଥମେ କଥା ଉଠିଲା । ସଲ୍‌ମାନ ସେତେବେଳେ ହଉ ‘ଦବଙ୍ଗ’ ଗୀତ ଲଗାଅ ବୋଲି କହିଥିଲେ । ଯାହାକୁ ନେଇ ପ୍ରତିବାଦ କରିଥିଲେ ଶାହରୁଖ । ସେ କହିଲେ ମୋ ଫିଲ୍ମର ଗୀତ ବାଜିବ । ‘ବେସରମ ରଙ୍ଗ୍‌’ ଗୀତ ଲଗାଯାଉ । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତି ବଢ଼ିବାକୁ ଲାଗିଲା । ଯାହାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ ଆମୀର । ନିକଟରେ ରିଲିଜ୍ ହୋଇଥିବା ଭିଡିଓରେ ପୂରା ଘଟଣା ଦେଖିବାକୁ ମିଳିଛି । ତେବେ ହେି ବିବାଦର ସମାଧାନ ପାଇଁ ଚିଟ୍‌ର ବ୍ୟାବସ୍ଥା କରାଯଇଥିଲା । ଆଉ ସେଥିରେ ଆର୍‌ଆର୍‌ଆର୍ ର ଗୀତ ନାଟୋ ନାଟୋ ଉଠିବାରୁ ତିିନିହେଁ ସେହି ଗୀତରେ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଥିଲା । ତେବେ ଦୁଇ ସୁପରଷ୍ଟାରଙ୍କର ମଜାକ୍ ମଜାକ୍ ରେ ଲଢୁଥିବା ସମସ୍ତଙ୍କୁ ବେଶ୍ ମନୋରଞ୍ଜନ ଯୋଗାଇଥିଲା ।

Leave a Reply

Your email address will not be published. Required fields are marked *