Pratidin TV

Odisha's Digital News Platform

ଭୁଶୁଡ଼ି ପଡ଼ିଛି ୫ ମହଲା ଘର , ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ଆହତଙ୍କୁ ଭେଟିଲେ ମମତା

1 min read

ଶୁଖିନି ଦିଦିଙ୍କ କ୍ଷତ । ମୁଣ୍ଡରେ ବି ହେଉଛି ଅସହ୍ୟ ଯନ୍ତ୍ରଣା । ହେଲେ ସେ ଯନ୍ତ୍ରଣା କୁ ଖାତିର ନକରି ମୁଣ୍ଡରେ ପଟି ବାନ୍ଧି ଆହତଙ୍କ ପାଖରେ ଠିଆ ହୋଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୂଚନାନୁଯାୟୀ କୋଲକତାର ଗାର୍ଡେ଼ନ୍ ରିଚ୍ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ବଡ଼ ଅଘଟଣ । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁଯାୟୀ, ରବିବାର ରାତିରେ କୋଲକତା ଗାର୍ଡେ଼ନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣଧୀନ ୫ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଏହାର ଚାରିପାଖରେ ଛୋଟ ଛୋଟ ଝୁମ୍ପୁଡ଼ି ଥିବା ବେଳେ ବିଲ୍ଡିଂ ଏକ ଝୁମ୍ପୁଡ଼ି ଉପରେ ପଡ଼ି ଯାଇଥିଲା ।

ଫଳରେ କୋଠା ତଳେ ଚାପି ହୋଇ ୧୫ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି । ତେବେ ଆହୁରି ବହୁ ଲୋକେ ଏହା ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଇଛି । ତେବେ ଏହି ସଂଖ୍ୟା ଆଗକୁ ବଢ଼ିବା ନେଇ ଆଶଙ୍କା କରାଯାଉଛି । ମୃତାହତମାନେ ଶ୍ରମିକ ହୋଇଥିବା ଜଣାପଡ଼ିଛି ।ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଭଗ୍ନାଂଶ ତଳୁ ୨ଟି ମୃତଦେହ ସହ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିକଟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କ ମୁଣ୍ଡରେ ବ୍ୟାଣ୍ଡେଜ ଥାଇ ମଧ୍ୟ ସିଏମ ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ଏହା ବିଷୟରେ ସୂଚନା ନେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *