Pratidin TV

Odisha's Digital News Platform

‘ୟେ ରିସ୍ତା କ୍ୟା କେହଲାତା ହେ’ ସେଟରୁ ବଡ ଖୁଲସା ; ସିରିଏଲ୍‌ରୁ ତଡା ଖାଇଲେ ଏହି ଦୁଇ କଳାକାର , ହେଲେ କାହିଁକି ?

1 min read

ୟେ ରିସ୍ତା କ୍ୟା କେହଲତା ହେ ଟିଭି ଶୋ ଗତ ୧୫ ବର୍ଷ ଧରି ଚାଲିଆସୁଛି । ଲୋକଙ୍କ ଘରେ ଘରେ ପରିଚିତ ତଥା ଦର୍ଶକଙ୍କ ଫେଭରେଟ୍ ସିରିଏଲ୍ ବନିସାରିଛି ଏହାର ନୂଆ ସିଜିନ୍ । କିନ୍ତୁ ନିକଟରେ ଏହି ସିରିଏଲକୁ ନେଇ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଟିଭି ଶୋ ‘ୟେ ରିସ୍ତା କ୍ୟା କେହଲାତା ହେ ଶୋ ଗତ ୧୫ ବର୍ଷ ଧରି ସମସ୍ତଙ୍କ ମନ ଜିଣିଆସିଛି । ସମ୍ପ୍ରତି ସମ୍ରିଦ୍ଧି ଶୁକ୍ଲା ଏବଂ ଶେହଜଡା ଧାମି ଏହି ଶୋ’ରେ ମୁଖ୍ୟ ତାରକା ଭାବରେ ନଜର ଆସିଛନ୍ତି। ନିକଟରେ ଅଭିରା ଏବଂ ଅରମାନର କାହାଣୀ ଆରମ୍ଭ ହୋଇଥିଲା ଏବଂ ଏହି ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । କିନ୍ତୁ ଅତି ଦୁଖର ସହ କହିବାକୁ ପଡୁଛି ଯେ ଆଗକୁ ଆଉ ସିରିଏଲ୍‌ରେ ନଜର ଆସିବେନି ଅରମାନ୍ ଅର୍ଥାତ୍ ଅର୍ମାନ୍ ଚରିତ୍ର ରେ ଅଭିନୟ କରୁଥିବା ଶାହଜାଦ୍ ।

ଶୋ’ର ନୂଆ ଷ୍ଟାର କାଷ୍ଟରେ ପ୍ରତୀକ ହନୁମୁକେ, ଶିବମ୍ ଖଜୁରିଆ, ଋଷଭ ଜୈସୱାଲ, ଶ୍ରୁତି ରାୱତ, ସନ୍ଦୀପ କୁମାର, ଭିନୀତ ରାଇନା, ସନ୍ଦୀପ ରାଜୋରା, ଅନୀତା ରାଜ, ଗୌରବ ଶର୍ମା, ଶ୍ରୁତି ଉଲଫତ, ଶାରୋନ୍ ଭର୍ମା, ପ୍ରୀତି ଚୌଧୁରୀ, ସିଦ୍ଧ ପୁରୀ ଚୌଧୁରୀ , ସଚିନ୍ ଟାୟାଗି, ନିୟାତି ଯୋଶୀ, ସିକନ୍ଦର ଖାରବଣ୍ଡା ଏବଂ ମନ୍ଥାନ ସେଟିଆ ଏହି ଶୋର ଚତୁର୍ଥ ପୀଢିରେ ଅଭିନୟ କରୁଛନ୍ତିା ତେବେ ଦର୍ଶକମାନେ ମଧ୍ୟ ଏହି ପୀଢିକୁ ଖୁବ୍ ଭଲପାଇବା ଦେଇଛନ୍ତି । କିନ୍ତୁ ଶୋ କୁ ନେଇ ଆସିଥିବା ବଡ ଅପଡେଟ୍‌ରେ କୁହାଯାଉଛି ଯେ ରୁହି ଚରିତ୍ରରେ ଅଭିନୟ କରୁଥିବା ପ୍ରତୀକ୍ଷା ହିନମୁଖେ ଏବଂ ଅରମାନ୍ ଭୂମିକାରେ ଅଭିନୟ କରୁଥିବା ଶାହଯାଦଙ୍କୁ ସିରିଏଲରୁ ବାହାରକରିଦିଆ ଯାଇଛି ।

Advertisement

ଡି.କେ.ପି ଏବଂ ରାଜନ ଶାହିଙ୍କ ଅଫିସିଆଲ୍ ବିବୃତ୍ତିରେ କୁହାଯାଇଛି, “ଏକ ସକାରାତ୍ମକ କାର୍ଯ୍ୟ ସଂସ୍କୃତି ବଜାୟ ରଖିବା ପାଇଁ ପ୍ରଡକ୍ସନ୍ ହାଉସ୍ ସର୍ବଦା ଗୁରୁତ୍ୱ ଦେଇଥାଏ। ତଥାପି, ଘଟଣାଗୁଡ଼ିକ ନିର୍ଦ୍ଦେଶକଙ୍କ କଟ୍ ପ୍ରଡକ୍ସନ୍ କୁ ଟିଭି ଶୋ ‘ୟେ ରିସ୍ତା କ୍ୟା କେହଲତା ହେ’ ର ଦୁଇଜଣ କଳାକାରଙ୍କୁ ସିରିଏଲରୁ ବାହାର କରାଯାଇଛି । ଅରମାନ “ଚରିତ୍ରରେ ଅଭିନୟ କରୁଥିବା ଶେହଜାଦା ଧାମି ଏବଂ ରୁହି ଭୂମିକାରେ ଅଭିନୟ କରୁଥିବା ପ୍ରତୀକ ହନମୁକେଙ୍କୁ ଅଣ-ବ୍ୟବସାୟିକ ଆଚରଣ ଯୋଗୁଁ ସୋ’ରୁ ବାହାର କରିଦିଆଯାଇଛି।”

“ଶାହଜାଦା ଆରମ୍ଭରୁ କାର୍ଯ୍ୟ ନୈତିକତାକୁ ଅଣଦେଖା କରୁଥିବା ଦେଖାଯାଇଥିଲା ଯେହେତୁ ସେ ବାରମ୍ବାର ତାଙ୍କ ବ୍ୟାବହାରରେ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା ସତ୍ତ୍ୱେ ତାଙ୍କ ଆଚରଣରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏହା ସହ ତାଙ୍କ ଠାରୁ ଆଶା କରାଯାଇଥିବା କାର୍ଯ୍ୟ ମଧ୍ୟ ସେ ଦେଖାଇ ପାରିନଥିଲେ ।ଏହା ସହ ପ୍ରତୀକ୍ଷା ଏବଂ ଶେହଯାଦ ଉଭୟଙ୍କ ମଧ୍ୟରେ କିଛି ପ୍ରେମ ସମ୍ବନ୍ଧୀୟ ଚାଲିଥିବା ନେଇ ମଧ୍ୟ ତାଙ୍କୁ ଏ କଣ୍ଟ୍ରାକ୍ଟରୁ ବାହାର କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *