Pratidin TV

Odisha's Digital News Platform

ଭେଣ୍ଟିଲେଟର୍‌ରେ ଅଭିନେତ୍ରୀ , କରୁଛନ୍ତି ଜୀବନ ମରଣ ସହ ସଂଗ୍ରାମ ..

1 min read

ଭେଣ୍ଟିଲେଟର୍‌ରେ ଅଭିନେତ୍ରୀ । ସାଉଥ୍ ଫିଲ୍ମରେ ଖ୍ୟାତି ଅର୍ଜନ କରିଥିବା ଅରୁନ୍ଧତୀ ନାଏର ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି । ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାଇ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ଅରୁନ୍ଧତୀଙ୍କ ଭଉଣୀ । ଏହି ଖବର ଶୁଣିବା ପରେ ପ୍ରଶଂସକ ମାନେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ତେବେ ସୋଶିଆଲ ମିଡିଆରେ ପୋଷ୍ଟ ସେୟାର କରି ଅରୁନ୍ଧତୀଙ୍କ ଭଉଣୀ କହିଛନ୍ତି ଯେ , “ତାମିଲନାଡୁର ଖବରକାଗଜ ଓ ଟିଭିରେ ପ୍ରକାଶିତ ଖବର ଉପରେ ସ୍ପଷ୍ଟୀକରଣ ରଖିବାକୁ ଚାହୁଁଛୁ । ମୋ ଉଭଣୀ ଅରୁନ୍ଧତୀ ୩ ଦିନ ତଳେ ଗୋଟିଏ ବଡ଼ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେ ତ୍ରିବେନ୍ଦ୍ରମର ଅନନ୍ତପୁରୀ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି । ଭେଣ୍ଟିଲେଟରରେ ରଖି ଡାକ୍ତରମାନେ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି ।”ସୂଚନାନୁସାରେ ମାର୍ଚ୍ଚ ୧୪ରେ ସେ ଓ ତାଙ୍କ ଭାଇ ଚେନ୍ନାଇର କୋଭଳଲମ ବାଇପାସ୍ ଅତିକ୍ରମ କରୁଥିଲେ ।

ଏହି ସମୟରେ ସେ ବଡ଼ଧରଣର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ୨୦୧୪ରେ ଅରୁନ୍ଧତୀ ତାମିଲ ଫିଲ୍ମରେ ଡେବ୍ୟୁ କରିଥିଲେ । ଏହାପରେ ସେ ତାମିଲ ଇଣ୍ଡଷ୍ଟ୍ରୀରେ ସବୁଠାରୁ ଲୋକପ୍ରିୟ ଚେହେରା ବନି ଯାଇଛନ୍ତି । ୨୦୨୩ରେ ଆୟିରାମ ପୋରକ୍କାସୁକଲ ଫିଲ୍ମରେ ସେ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *