Pratidin TV

Odisha's Digital News Platform

ଲୋକସଭା ନିର୍ବାଚନ ଲଢିବେ କଙ୍ଗନା ! ଏହି ଆସନରୁ କରିବେ ପ୍ରତିଦ୍ୱନ୍ଦିତା..

1 min read

ଅଭିନେତ୍ରୀରୁ ପାଲଟିବେ ରାଜନେତ୍ରୀ । ଫିଲ୍ମର ପରଦାରୁ ସିଧା ପାର୍ଟି ଟିକେଟ । ଏବେ ଅଭିନୟ ପରେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା । ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । ହେଲେ ଏଥର ବିବାଦୀୟ ମନ୍ତବ୍ୟ ନୁହେଁ କଙ୍ଗନାଙ୍କ ରାଜନୀତି କ୍ୟାରିୟରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କୁହାଯାଉଛି ଯେ ଚଳିତ ନିର୍ବାଚନ ରେ ନିଜର କ୍ୟାରିୟର ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ନିର୍ବାଚନରେ ବିଜେପି ଟିକେଟରୁ ନିର୍ବାଚନ ଲଢି ପାରନ୍ତି । ସେ ହିମାଚଳ ମଣ୍ଡି ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ନିର୍ବାଚନ ଲଢିବାକୁ କଙ୍‌ଗନା ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଏଭଳି ସ୍ଥିତିରେ ହିମାଚଳ ମଣ୍ଡି ନିର୍ବାଚନ ମଣ୍ଡଳୀର ଦୃଢ ପ୍ରତିଯୋଗୀ ହେଉଛନ୍ତି ଅବିନେତ୍ରୀ କଙ୍ଗନା ରନାୱତ । ସୂଚନାଯୋଗ୍ୟ ଯେ ହିମାଚଳ ପ୍ରଦେଶର ଚାରୋଟି ଲୋକସଭା ସିଟ୍ ମଧ୍ୟରୁ ଦୁଇଟି ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି । କେବଳ କାଙ୍ଗଡା ଏବଂ ମଣ୍ଡି ଏହି ଦୁଇଟି ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିବା ବାକି ଅଛି । ତେବେ ମଣ୍ଡି ଆସନରୁ ପ୍ରାର୍ଥୀ ହେବାପାଇଁ ଅନେକ ଆଶାୟୀଙ୍କ ନାମ ରହିଛି । ତେବେ ସେମାନଙ୍କ ମଧ୍ୟରେ କଙ୍ଗନା ରନାୱତ ଙ୍କ ନାମ ମଧ୍ୟ ରହିଛି । ତେବେ ଏହି ଖବରକୁ ନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Advertisement

Leave a Reply

Your email address will not be published. Required fields are marked *