Pratidin TV

Odisha's Digital News Platform

ଭକ୍ତକୁ ଡାକିଲେ ଭଗବାନ :ମନ୍ଦିରରେ ଚାଲିଗଲା ୨ ପ୍ରାଣ

ନୂଆଦିଲ୍ଲୀ :ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଭାରତ ସହ ସାରା ବିଶ୍ୱରେ ମଧ୍ୟ ଅନେକ ସ୍ଥାନରେ ପାଳନ କରାଯାଇଛି ଏହି ଉତ୍ସବ । ସେହିଭଳି ଉତ୍ତରପ୍ରଦେଶର ମଥୁରାର ପ୍ରଶିଦ୍ଧ ବାଙ୍କେ ବିହାରୀ ମନ୍ଦିରରେ ଗତକାଲି ମଧ୍ୟରାତ୍ରରେ ଏକ ଅଘଟଣ ଘଟିଯାଇଛି। ଗତକାଲି ମନ୍ଦିରର ମଙ୍ଗଳ ଆରତୀ ସମୟରେ ଭକ୍ତମାନଙ୍କର ଅସଂଖ୍ୟ ଭିଡ ଲାଗିରହିଥିଲା । ଏହି ସମୟରେ ଉକ୍ତ ସ୍ଥାନରେ ଅତ୍ୟଧିକ ମାତ୍ରାରେ ଭିଡ ବଢିବାରୁ ଲୋକମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଫଳରେ ମନ୍ଦିର ଭିତରେ ହିଁ ହଠାତ୍ ୨ ଜଣଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ମୃତକ ୨ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଶ୍ରଦ୍ଧାଳୁ ଥିଲେ । ତେବେ ସେମାନେ ହେଉଛନ୍ତି ନୋଏଡା ସେକ୍ଟର ୯୯ର ବାସିନ୍ଦା ନିର୍ମଳା ଦେବୀ ଓ ଭୁଲେରାମ କଲୋନୀର ରାମ ପ୍ରସାଦ ବିଶ୍ୱକର୍ମା ।

ସେଠାରେ ଉପସ୍ଥିତ ଥିବା ଅନେକ ଭକ୍ତ ଏହାକୁ ସେମାନଙ୍କ ଭାଗ୍ୟ ବୋଲି କହିଛନ୍ତି । ଭାଗ୍ୟରେ ଥିଲେ ଏପରି ମୃତ୍ୟୁ ପ୍ରାପ୍ତ ହୁଏ,ଭଗବାନଙ୍କ ଆଗରେ ମନ୍ଦିର ଭିତରେ ଜୀବନ ଯିବାଟା ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଥାଏ ବୋଲି କହିଛନ୍ତି କିଛି ଶ୍ରଦ୍ଧାଳୁ ।ଏହାପରେ ମଧ୍ୟ ଆଉ ୬ ଜଣ ଶ୍ରର୍ଦ୍ଧାଳୁ ସେଠାରେ ଚେତାଶୂନ୍ୟ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ,ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ ଅବସ୍ଥା ଠିକ୍ ରହିଛି ।


ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାଲ ମୃତକଙ୍କ ପରିବାରକୁ ସମବେଦନା ଜଣାଇ କହିଛନ୍ତି ଯେ ବାଙ୍କେ ବିହାରୀ ମନ୍ଦିରରେ ଯାହା ଘଟିଲା ତାହା ଅତ୍ୟନ୍ତ ଦୁଃଖ ଦାୟକ । ମୃତ୍ୟୁକୁ ଆମେ ଏଡାଇପାରିବା ନାହିଁ । ଏହା କେତେବେଳେ କାହାକୁ କିପରି ଆସିବ ତାହା କେହି କହିପାରିବେ ନାହିଁ । ଯେଉଁ ପରିବାର ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କୁ ସୁସ୍ଥ ରଖନ୍ତୁ।

Leave a Reply

Your email address will not be published. Required fields are marked *